ଆଗକୁ ଆସୁଛି ଆଉ ଏକ ଲଘୁଚାପ । ଆଗାମୀ ୫ ଦିନ ଯାଏଁ ଲାଗି ରହିବ ବର୍ଷା । ଆଜି ଓ କାଲି ପ୍ରବଳ ବର୍ଷା ହେବ । ଅଗଷ୍ଟ ୧୩ ଓ ୧୪ରେ ଅତି ପ୍ରବଳ ବର୍ଷା ହେବ । ୧୪ରେ ବର୍ଷାର ପରିମାଣ ସର୍ବାଧିକ ରହିବ । ୮ଟି ଜିଲ୍ଲାକୁ ଅରେଞ୍ଜ ଏବଂ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ୧୫ ତାରିଖରେ ବର୍ଷାର ପରିମାଣ ସାମାନ୍ୟ କମିବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । କାଲି ଛତିଶଗଡର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ଉପର ମୁଣ୍ଡରେ ବର୍ଷା ହୋଇଛି, ତଳ ମୁଣ୍ଡରେ ବି ବର୍ଷା ହେଉଛି । ଉପର ଏବଂ ତଳ ମୁଣ୍ଡରେ ବର୍ଷା ବନ୍ୟା ଆଶଙ୍କାକୁ ଦୃଢୀଭୂତ କରୁଛି । ଲଗାଣ ବର୍ଷା ଯୋଗୁଁ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ।

LEAVE A REPLY

Please enter your comment!
Please enter your name here