ବିଜେପିର ଆସିକା ବିଧାୟକ ସରୋଜ ପାଢୀଙ୍କ ବକ୍ତବ୍ୟର କାଉଣ୍ଟର କରିବାକୁ ଯାଇ ବିଜେଡି ମୁଖପାତ୍ର ଲେଲିନ ମହାନ୍ତି ବିଧାୟକଙ୍କ ଉପରେ ବର୍ଷିବା ସହ ଦଳର ଭିତିରି କଥା କହିଦେଇଛନ୍ତି । ସମ୍ ହସପିଟାଲରେ ସୁଜାତା କାର୍ତ୍ତିକେୟନ ବିଜେଡି ନେତାଙ୍କ ସାଙ୍ଗେ କଥା ହେଲେ ତମର କାହିଁକି ପୋଡୁଛି ବୋଲି ପ୍ରଶ୍ନ କରିଛନ୍ତି ଲେଲିନ । ବିଜେଡି ନେତାଙ୍କ ସାଙ୍ଗରେ ସୁଜାତା ଆଗରୁ ବସୁଥିଲେ, ଏବେ ବସୁଛନ୍ତି ଏବଂ ଆଗକୁ ମଧ୍ୟ ବସିବେ ବୋଲି ଲେଲିନ କହିବା ସହ ଏଥିରେ ତମର ଯଦି ପୋଡିବ, ଆମର କିଛି କରିବାର ନାହିଁ ବୋଲି କହିଛନ୍ତି । ବିଧାୟକ ସରୋଜ ପାଢୀଙ୍କ ବକ୍ତବ୍ୟର ଜବାବ ଦେବାକୁ ଯାଇ ବିଜେଡି ମୁଖପାତ୍ର ପାଣ୍ଡିୟାନଙ୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି । ସେ ରାଜନୀତିରୁ ସନ୍ୟାସ ନେଇଥିଲେ ବି ନବୀନଙ୍କ ପାଖରୁ ସନ୍ୟାସ ନେଇନାହାଁନ୍ତି ବୋଲି କହିଛନ୍ତି । ଆମ ଦଳ ପାଇଁ ଯାହା ଭଲ ଆମେ କରିବୁ, ସେଥିରେ ତମକୁ ଯଦି ଫୋଡି ହୋଇଯାଉଛି, ଆମର କିଛି କରିବାର ନାହିଁ ବୋଲି କହିଛନ୍ତି । ସୂଚନାଯୋଗ୍ୟ ବିଜେପି ବିଧାୟକ ସରୋଜ ପାଢୀ ପାଣ୍ଡିୟାନ ଦମ୍ପତ୍ତିଙ୍କ ଆଡକୁ ଅଙ୍ଗୁଳି ଦେଖାଇବା ସହ ବିଜେଡିର ଦଳୀୟ ପାଣ୍ଠି ହାତେଇବା ପାଇଁ ପାଣ୍ଡିୟାନ ଆଉ କୌଣସି ନେତାଙ୍କୁ ନବୀନଙ୍କ ପାଖ ପୁରାଉ ଦେଉନାହାଁନ୍ତି ବୋଲି ଚର୍ଚ୍ଚା ହେଉଥିବା କଥା କହିଥିଲେ । ଏପରିକି ଦଳୀୟ ପାଣ୍ଠି ପାଇଁ ନବୀନଙ୍କ ଜୀବନ ବିପଦରେ ବୋଲି ସେ ଆଶଙ୍କା କରିଥିଲେ ।














