ଭାରତର ଭୂସ୍ବର୍ଗ ଜମ୍ମୁ-କାଶ୍ମୀରର ବୈଷ୍ଣୋଦେବୀରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ଘଟିଛି। ବୈଷ୍ଣୋଦେବୀ ଯାତ୍ରାପଥରେ ପାହାଡ଼ ଧସିବାରେ ୩୬ ଭକ୍ତ ପ୍ରାଣ ହରାଇଛନ୍ତି, ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଯାତ୍ରା ସୁରକ୍ଷା ପାଇଁ ବନ୍ଦ କରାଯାଇଛି। ଭାରତୀୟ ସେନା, ପୁଲିସ ଏବଂ ପ୍ରଶାସନ ଫସିଥିବା ଲୋକଙ୍କୁ ଉଦ୍ଧାର କରିବାରେ ସକ୍ରିୟ ଅଛନ୍ତି। ଜମ୍ମୁ ଡିଭିଜନରୁ ୫,୦୦୦ ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ସେଥିପାଇଁ ଟ୍ରେନ ସେବା ମଧ୍ୟ ପ୍ରଭାବିତ ହୋଇଛି। ବାୟୁସେନା ସି-୧୩୦ ବିମାନ ସହ ରିଲିଫ ସାମଗ୍ରୀ ପହଞ୍ଚାଇଛି। ପ୍ରଧାନମନ୍ତ୍ରୀ ଘଟଣାରେ ଦୁଃଖ ପ୍ରକାଶ ମଧ୍ଯ କରିଛନ୍ତି।














