ଭାରତ ଏବଂ ଆମେରିକା ମଧ୍ୟରେ ଟାରିଫ୍କୁ ନେଇ ଦୁଇ ଦେଶ ସମ୍ପର୍କରେ ଏବେ ତିକ୍ତତା ବଢ଼ିଛି । ଏହି ତିକ୍ତତା ପଛରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ-ପାକିସ୍ତାନ ବିବାଦ ସମ୍ପର୍କୀୟ ବୟାନକୁ ମୁଖ୍ୟ କାରଣ ମନାଯାଉଛି । ଏଥିପାଇଁ ଭାରତ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନଥିବାରୁ, ଆମେରିକା ନିରବତାକୁ ନେଇ ବିରକ୍ତି ପ୍ରକାଶ କରିଛି ଏବଂ ପୁଣିଥରେ ଆଲୋଚନା ପାଇଁ ସଙ୍କେତ ଦେଇଛି । ଆମେରିକା ଅଗଷ୍ଟ ୨୭ ତାରିଖରୁ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ଆରମ୍ଭ କରିଛି । ଏହାପରେ, ଆମେରିକା ଭାରତ ଆସି ସମଗ୍ର ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଚାହୁଛି । ଏହି କାରଣରୁ ଆମେରିକା ଆଲୋଚନା ପାଇଁ ସଙ୍କେତ ଦେଇଛି । ଆମେରିକା ଏହି ପ୍ରସଙ୍ଗରେ ଭାରତ ସରକାରଙ୍କ ଶୀର୍ଷ ସ୍ତରୀୟ ଆଲୋଚନା ପୁଣି ଆରମ୍ଭ କରିବାକୁ ଚାହୁଛି । ଭାରତର କଠୋର ମନୋଭାବ ପରେ, ଆମେରିକା ପ୍ରଶାସନ ଏହି ସଙ୍କେତ ଦେଇଛି । ଏହାସହ ଯଦି ଆଲୋଚନା ଆରମ୍ଭ ନ ହୁଏ, ତେବେ ଆମେରିକା ଭାରତ ସହିତ ଜଡିତ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ ଦେଇଛି । ଆମେରିକା କୌଣସି ପରିସ୍ଥିତିରେ ଭାରତଠାରୁ ନିଜକୁ ଅଲଗା କରିବାକୁ ଚାହୁଁନାହିଁ । ଏହି କାରଣରୁ ଏତେ ସବୁ ପରେ ମଧ୍ୟ ପୁଣିଥରେ ଆଲୋଚନାର ସୂଚନା ମିଳୁଛି । ଆମେରିକା ଭାରତକୁ ଏକ ସହଯୋଗୀ ଭାବରେ ରଖିବାକୁ ଚାହୁଛି ।
ଏହି ଚୁକ୍ତି ପାଇଁ ଆମେରିକା, ଜାପାନ ଓ ଦକ୍ଷିଣ କୋରିଆ ଭଳି ଦେଶମାନଙ୍କୁ ମଧ୍ୟ ଚାପରେ ରଖୁଥିଲା । କିନ୍ତୁ ଭାରତର ରୁଷ ଓ ଚୀନ୍ ସହିତ ବଢୁଥିବା ସମ୍ପର୍କକୁ ଦେଖି, ଆମେରିକା ନିଜର ରଣନୀତି ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛି । ଆମେରିକାର ବାର୍ତ୍ତା ହେଉଛି – ପ୍ରଥମ ପଦକ୍ଷେପ ଭାରତ ନେବ, ତା’ପରେ ରାଷ୍ଟ୍ରପତି ଟ୍ରମ୍ପ ମଧ୍ଯ ନିଜର ଭାବନା ବଦଳେଇବେ । କିନ୍ତୁ, ଭାରତ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ନ ମିଳିବା, ଆମେରିକାକୁ ଚିନ୍ତିତ କରିଛି ।
ଭାରତ ଏବେ ମୋଟ ତୈଳ ଭଣ୍ଡାରର ପ୍ରାୟ ୪୦ ପ୍ରତିଶତ ତୈଳ ରୁଷଠାରୁ କିଣୁଛି । ଏହି କ୍ରୟକୁ ନେଇ ଆମେରିକା ଅସନ୍ତୁଷ୍ଟ । ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ ଭାରତକୁ ରୁଷରୁ ତେଲ କିଣିବା ବନ୍ଦ କରିବାକୁ ସଚେତନ କରିଥିଲେ । କିନ୍ତୁ ଭାରତ ଏହି କ୍ରୟ ଜାରି ରଖୁଥିଲା । ଏହି ପଦକ୍ଷେପରେ ରାଗି, ଟ୍ରମ୍ପ ଭାରତୀୟ ତୈଳ ଆମଦାନୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ । ଟ୍ରମ୍ପଙ୍କ ମତାନୁସାରେ, ଭାରତରୁ ଆସୁଥିବା ଏହି ଟଙ୍କା ରୁଷ ଯୁକ୍ରେନ ବିରୋଧୀ ଯୁଦ୍ଧରେ ବ୍ୟବହାର କରୁଛି ।














