ପ୍ରକାଶ ପାଇଲା ଆଇସିଏସଇ, ଆଇଏସସି ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ । ବୋର୍ଡ ଓ୍ବେବସାଇଟରେ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଦଶମରେ ପାସହାର 98.94 ପ୍ରତିଶତ ରହିଥିବା ବେଳେ ଦ୍ବାଦଶରେ 96.98 ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଦଶମରେ ପ୍ରିୟଙ୍କା ପରାସର ଓ ବିଷ୍ଣୁ ଶତପଥି ମିଳିତ ଭାବେ ଓଡିଶା ଟପ୍ପର ହୋଇଛନ୍ତି । ଉଭୟ 99.4 ପ୍ରତିଶତ ନମ୍ବର ରଖିଛନ୍ତି । ସେହିପରି ଦ୍ବାଦଶରେ ଦିଶା ଗୋଏଲ 98.26 ପ୍ରତିଶତ ନମ୍ବର ରଖି ଓଡିଶା ଟପ୍ପର ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here