ଛତିଶଗଡ଼ର ବିଜାପୁରରେ ୩୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଡିଭିସିଏମ୍, ଏସିଏମ୍ ଓ ମିଲିସିଆ ର ସଦସ୍ୟ ଥିବା ସୂଚନା ମିଳିଛି । ସମସ୍ତଙ୍କ ଉପରେ ମୋଟ ୮୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ଥିଲା । ଦାନ୍ତେୱାଡା ଡିଆଇଜି ଓ ବିଜାପୁର ଏସପିଙ୍କ ସାମ୍ନାରେ ସେମାନେ ଆତ୍ମସମର୍ପଣ କରିଛନ୍ତି । ପରେ ସରକାର ପକ୍ଷରୁ ସମାଜର ମୁଖ୍ୟସ୍ରୋତରେ ଫେରିବା ପାଇଁ ସେମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ଦିଆଯାଇଛି । ଏହା ସହିତ, ଛତିଶଗଡ଼-ମହାରାଷ୍ଟ୍ର ସୀମାରେ ହୋଇଥିବା ଏକ ଏନକାଉଣ୍ଟରରେ ଅନ୍ୟ ୪ ମାଓବାଦୀ ନିପାତ ହୋଇଛନ୍ତି ।














