ପୂର୍ବରୁ 49 ଜଣ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା କଂଗ୍ରେସ ଆଜି ଆଉ 75 ଜଣ ପ୍ରାର୍ଥୀଙ୍କ ନାମ ତାଲିକା ଘୋଷଣା କରିଛି । ତେବେ ପୂର୍ବ ତାଲିକାରେ ବିଧାୟକ ପ୍ରାର୍ଥୀ ହୋଇଥିବା ପ୍ରବୋଧ ତିର୍କୀଙ୍କ ନାଁ ନୂଆ ତାଲିକାରେ କାଟି ଦିଆଯାଇଛି । ତଳସରାରେ ପ୍ରବୋଧ ତିର୍କୀଙ୍କ ବଦଳରେ ଦେବେନ୍ଦ୍ର ଭିଟାରିଆଙ୍କୁ ଦଳ ପ୍ରାର୍ଥୀ କରିଛି । ସେହିପରି ବାଲିଗୁଡାରେ ଟକେଟ ପାଇଥିବା ସୁରଦା ପ୍ରଧାନ ଓ କବିସୂର୍ଯ୍ୟନଗରରେ ଟିକଟ ପାଇଥିବା ଚିରଞ୍ଜିବୀ ବିଷୋଯୀଙ୍କ ଟିକଟ କାଟି ଦିଆଯାଇ ନୂଆ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ଗତ ଏପ୍ରିଲ ଦୁଇ ତାରିଖରେ କଂଗ୍ରେସ ଘୋଷଣା କରିଥିବା 49 ଜଣିଆ ତାଲିକାରେ ଏମାନଙ୍କ ନାଁ ରହିଥିଲା ଏବଂ ସେମାନେ ପ୍ରଚାର ମଧ୍ୟ ଆରମ୍ଭ କରିଦେଇଥିଲେ । ଆଜି ପ୍ରକାଶ ପାଇଥିବା ତାଲିକାରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭଣ୍ଡାରିପୋଖରୀ ଏବଂ ଜୟଦେବ ଜେନା ଆନନ୍ଦପୁର ଆସନରୁ ନିର୍ବାଚନ ଲଢିବେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ବୀବଲ୍ଲଭ ପଟ୍ଟନାୟକ ଏଥର ବେଗୁନିଆ ବିଧାନସଭା ଆସନରୁ ନିର୍ବାଚନ ଲଢିବେ ।
ନିକଟରେ କଂଗ୍ରେସରେ ମିଶିଥିବା ଅସିତ ପଟ୍ଟନାୟକଙ୍କୁ ଦଳ ଭଦ୍ରକ ଆସନରୁ ପ୍ରାର୍ଥୀ କରିଛି । ଅନ୍ୟମାନଙ୍କ ମଧ୍ୟରେ ଅତାବିରା- ଅଭିଷେକ ସେଠ୍‌, କୁଚିଣ୍ଡା- କେଦାରନାଥ ବରିହା, ରେଙ୍ଗାଲି- ଦିଲୀପ ଦୁରିଆ, ସମ୍ବଲପୁର- ଦୁର୍ଗା ପ୍ରସାଦ ପାଢ଼ୀ, ରେଢ଼ାଖୋଲ- ଅସଫ ଅଲ୍ଲୀ ଖାନ୍‌, ଦେବଗଡ଼- ସେମ୍‌ ହେମ୍ବ୍ରମ୍‌, ତେଲକୋଇ- ନିର୍ମଳ ଚନ୍ଦ୍ର ନାୟକ, ଘସିପୁରା- ସୁବ୍ରତ ଚକ୍ର, ପାଟଣା- ହୃଷିକେଶ ନାଏକ, କେନ୍ଦୁଝର- ପ୍ରତିଭା ମଞ୍ଜରୀ ନାଏକ, ଚମ୍ପୁଆ- ଯଶୋବନ୍ତ ଲାଘୁରୀ, ଯଶୀପୁର- ଶ୍ୱେତା ଚତ୍ତର, ସାରସକଣା- ରାମକୁମାର ସୋରେନ, ରାଇରଙ୍ଗପୁର- ଯୋଗେନ୍ଦ୍ର ବନ୍‌ରା, ବାଙ୍ଗିରିପୋଷି- ମୁରଲୀଧର ନାଏକ, କରଞ୍ଜିଆ- ଲକ୍ଷ୍ମୀଧର ସିଂହ, ଉଦଳା- ଦୁର୍ଗାଚରଣ ଟୁଡୁ, ବାରିପଦା- ବାଦଲ ହେମ୍ବ୍ରମ୍‌, ମୋରଡ଼ା- ପ୍ରଭାସ କରମହାପାତ୍ର, ଭୋଗରାଇ- ସତ୍ୟଶିବ ଦାସ, ବସ୍ତା- ବିଜନ ନାୟକ, ରେମୁଣା- ସୁଦର୍ଶନ ଜେନା, ସୋର- ସୁବ୍ରତ ଧଡ୍ଡା, ସିମୁଳିଆ- ହିଂମାଶୁ ଶେଖର ବେହେରା, ବାସୁଦେବପୁର- ଅଶୋକ ଦାସ, ଧାମନଗର- ରଞ୍ଜନ ବେହେରା, ଚାନ୍ଦବାଲି- ଅମୀୟ ମହାପାତ୍ର, ବିଞ୍ଝାରପୁର- କନକଲତା ମଲ୍ଲିକ୍‌, ବରୀ- ଆରତି ଦେଓ, ଧର୍ମଶାଳା- କିଶନ ପଣ୍ଡା, ଯାଜପୁର- ସୁଦୀପ କର, କୋରେଇରୁ ବନ୍ଦିତା ପରିଡ଼ା ପ୍ରାର୍ଥୀ ହୋଇଛନ୍ତି । ଢେଙ୍କାନାଳ ଆସନରେ ସୁସ୍ମିତା ସିଂଦେଓ ପ୍ରାର୍ଥୀ ହୋଇଥିବା ବେଳେ ହିନ୍ଦୋଳ- ଗୋବର୍ଦ୍ଧନ ଶେଖର ନାୟକ, କାମାକ୍ଷାନଗର- ବିପ୍ରବର ସାହୁ, ପରଜଙ୍ଗ- ରଞ୍ଜିତ କୁମାର ସାହୁ, ତାଳଚେର- ପ୍ରଫୁଲ୍ଲ ଚନ୍ଦ୍ର ଦାସ, ଅନୁଗୁଳ- ଅମ୍ବିକା ପ୍ରସାଦ ଭଟ୍ଟ, ଛେଣ୍ଡିପଦା- ନରୋତ୍ତମ ନାୟକ, ଆଠମଲ୍ଲିକ- ବିଜୟାନନ୍ଦ ଚାଉଳିଆ, ବୀରମହାରାଜପୁର- ପ୍ରଦୀପ ସେଠୀ, ସୋନପୁର- ପ୍ରିୟବ୍ରତ ସାହୁ, ଟିଟିଲାଗଡ଼- ବୀରେନ୍ଦ୍ର ବାଗ୍‌, ଖଡ଼ିଆଳ- କମଳ ଚରଣ ତାଣ୍ଡି, ବାଲିଗୁଡ଼ା- ଉପେନ୍ଦ୍ର ପ୍ରଧାନ, ବଡ଼ମ୍ବା- ସଞ୍ଜୟ କୁମାର ସାହୁ, ବାଙ୍କୀ- ଦେବାଶିଷ ପଟ୍ଟନାୟକ, ଆଠଗଡ଼- ମେହବୁବ ଅହମ୍ମଦ ଖାନ୍‌, ଚୌଦ୍ୱାର କଟକ- ମୀରା ମଲ୍ଲିକ, ନିଆଳି- ଜ୍ୟୋତିରଂଜନ ମଲ୍ଲିକ୍‌, କଟକ ସଦର- ରାମଚନ୍ଦ୍ର ଗୋଚ୍ଛାୟତ, ସାଲେପୁର- ଆକ୍ୱିକ ଉଜମାନ ଖାନ୍‌, ପାଟକୁରା- ରତିକାନ୍ତ କାନୁନଗୋ, ଆଳି- ଦେବସ୍ମିତା ଶର୍ମା, ପାରାଦୀପ- ନିରଞ୍ଜନ ନାୟକ, ତିର୍ତ୍ତୋଲ- ହିଂମାଶୁ ଭୂଷଣ ମଲ୍ଲିକ, ବାଲିକୁଦା-ଏରସମା- ଇ. ନଳିନୀ ସ୍ୱାଇଁ, ପୁରୀ- ସୁଜିତ ମହାପାତ୍ର, ବ୍ରହ୍ମଗିରି- ମିତ୍ରଭାନୁ ମହାପାତ୍ର, ଜୟଦେବ- ଜୟନ୍ତ କୁମାର ଭୋଇ, ଏକାମ୍ର ଭୁବନେଶ୍ୱର- ପ୍ରଶାନ୍ତ ଚମ୍ପତ୍ତି, ଜଟଣୀ- ସନ୍ତୋଷ ଜେନା, ବେଗୁନିଆ- ପୃଥ୍ୱୀବଲ୍ଲଭ ପଟ୍ଟନାୟକ, ରଣପୁର- ବିଭୂ ପ୍ରସାଦ ମିଶ୍ର, ନୟାଗଡ଼- ରଞ୍ଜିତ ଦାଶ, କବିସୂର୍ଯ୍ୟନଗର- ବିପିନ ବିହାରୀ ସ୍ୱାଇଁ, ଖଲ୍ଲିକୋଟ- ଚିତ୍ରସେନ ବେହେରା, ଆସ୍କା- ସୁରଭି ବିଷୋୟୀ, ହିଞ୍ଜିଳି- ରଞ୍ଜିକାନ୍ତ ପାଢ଼ୀ, ବ୍ରହ୍ମପୁରରୁ ଦୀପକ ପଟ୍ଟନାୟକ ଏବଂ ଦିଗପହଣ୍ଡି ଆସନରୁ ଶୀଧର ପାଢ଼ୀ ପ୍ରାର୍ଥୀ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here