ପୁଣି ରାଫେଲକୁ ନେଇ ତେଜିଛି ବିବାଦ. ରାଫେଲ ଯୁଦ୍ଧ ବିମାନର କିଣା ଚୁକ୍ତିକୁ ନେଇ ଏହି ବିବାଦ ଉଠିଛି. ଏହାକୁ ନେଇ  ଦେଶ ମଧ୍ୟରେ  ଲାଗି ରହିଥିବା ବିବାଦ ଏବେ ନୂଆ ମୋଡ ନେଇଛି. ତେବେ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନ୍ ସୁଆ ଓଲାନ୍ଦ କହିଛନ୍ତି, ରାଫେଲ ଚୁକ୍ତି ପାଇଁ ଭାରତ ସରକାର ପ୍ରଥମେ ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ନାମକୁ ପ୍ରସ୍ତାବ ଦେଇଥିଲେ. ଅନ୍ୟପଟେ ଏହାର ନିର୍ମାଣକାରୀ ସଂସ୍ଥା ଡାସଲ୍ଟ ଏଭିଏସନ ପାଖରେ ରିଲାଏନ୍ସ ବ୍ୟତୀତ ଅନ୍ୟ ବିକଳ୍ପ ନଥିଲା. ତେବେ ଏହି ପ୍ରସ୍ତାବ ସରକାରଙ୍କ ପକ୍ଷରୁ ଆସିଥିବାରୁ ନିର୍ମାଣକାରୀ ସଂସ୍ଥା ତାହାକୁ ଗ୍ରହଣ କରି ନେଇଥିଲା. ଯାହାଫଳରେ ଓଲାନ୍ଦଙ୍କ ଏହି ବୟାନ ଭାରତରେ ଏକ ପ୍ରକାର ଦ୍ୱନ୍ଦ ସୃଷ୍ଟି କରିଛି. ଏହା ମଧ୍ୟରେ କଂଗ୍ରେସ ତରଫରୁ ଏକ ବିବାଦ ଉପୁଜିଛି. ଯେଉଁଥିରେ କଂଗ୍ରେସ ପକ୍ଷରୁ 2012 ରେ 590 କୋଟି ମୂଲ୍ୟ ଥିବା ରାଫେଲ 2015 ରେ କେଉଁପରି ଭାବେ 1690 କୋଟି ହେଲା ତାହା ସ୍ପଷ୍ଟ କରିବାକୁ ଦାବି ହୋଇଛି . ପୂର୍ବତନ ରାଷ୍ଟ୍ରପତି ଓଲାନ୍ଦଙ୍କ ବୟାନ ନେଇ ପ୍ରତିକ୍ରିୟା ରଖିଛି ପ୍ରତିରକ୍ଷା ମନ୍ତ୍ରାଳୟ. ଓଲାନ୍ଦ ଦେଇଥିବା ବୟାନର ସତ୍ୟାସତ୍ୟ ଯାଞ୍ଚ୍ କରାଯାଉଛି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି. ଏହି ପ୍ରସଙ୍ଗକୁ କେନ୍ଦ୍ର କରି କେନ୍ଦ୍ର ସରକାରଙ୍କୁ ଘେରିଛି କଂଗ୍ରେସ.

LEAVE A REPLY

Please enter your comment!
Please enter your name here