ଦିଲ୍ଲୀରୁ ଇନ୍ଦୋରକୁ ଯାଉଥିବା ଏୟାର ଇଣ୍ଡିଆ ଫ୍ଲାଇଟ୍ Al2913 ଉଡାଣ ପ୍ରାରମ୍ଭ ପରେ ଦିଲ୍ଲୀକୁ ପୁଣି ଫେରିବାକୁ ପଡିଲା। କକପିଟ୍ କ୍ରୁ ଡାହାଣ ଇଞ୍ଜିନରେ ନିଆଁ ଲାଗିବାର ସଙ୍କେତ ପାଇଥିଲେ, ଯାହା ପରେ ସେମାନେ ଇଞ୍ଜିନକୁ ବନ୍ଦ କରି ନିରାପଦ ଭାବରେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଛନ୍ତି।
ଏୟାର ଇଣ୍ଡିଆର ଜଣେ ପ୍ରତିନିଧି କହିଛନ୍ତି ଯେ, ବିମାନଟିକୁ ତଦନ୍ତ ପାଇଁ ଅଟକ ରଖାଯାଇଛି। ଯାତ୍ରୀମାନଙ୍କ ସୁବିଧା ପାଇଁ ତୁରନ୍ତ ଏକ ବିକଳ୍ପ ଫ୍ଲାଇଟ୍ ବ୍ୟବସ୍ଥା କରାଯାଇଛି, ଯାହା ସେମାନଙ୍କୁ ଇନ୍ଦୋର ପଠାଇବ। ଆଲର୍ମ ବାଜିବା ଏବଂ କକପିଟ୍ ରେ ନିଆଁ ଲାଗିବାର ସଙ୍କେତ ପାଇଁ ଯାତ୍ରୀମାନେ ଭୟଭୀତ ହେଲେ, କିନ୍ତୁ ପାଇଲଟ୍ ସତର୍କ ଭାବେ ଇଞ୍ଜିନକୁ ବନ୍ଦ କରି, ବିମାନକୁ ନିୟନ୍ତ୍ରଣରେ ରଖିଥିଲେ। ବିମାନଟି ସୁରକ୍ଷିତ ଭାବରେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଛି ଏବଂ ସମସ୍ତ ଯାତ୍ରୀଙ୍କୁ କିଛି ମିନିଟ୍ ମଧ୍ୟରେ ସୁରକ୍ଷିତ ଭାବରେ ବାହାର କରାଯାଇଛି। ଏୟାର ଇଣ୍ଡିଆର ବିମାନରେ ଯାନ୍ତ୍ରିକ ତ୍ରୁଟି ଲଗାତାର ଦେଖାଯାଉଛି। ଅଗଷ୍ଟ ୧୮ ତାରିଖରେ, କୋଚିରୁ ଦିଲ୍ଲୀକୁ ଯାଉଥିବା ବିମାନକୁ ଉଡ଼ାଣ ପୂର୍ବରୁ ବନ୍ଦ କରିବାକୁ ପଡିଥିଲା। ତଥା, ଅଗଷ୍ଟ ୧୬ରେ ମିଲାନ (ଇଟାଲୀ)ରୁ ଦିଲ୍ଲୀକୁ ଯାଉଥିବା ଏକ ବିମାନକୁ ମଧ୍ୟ ବାତିଲ କରାଯାଇଥିଲା। ଉଭୟ ଘଟଣାର କାରଣ ଯାନ୍ତ୍ରିକ ତ୍ରୁଟି ହୋଇଥିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here