ଦେଶର ସମସ୍ତ ଶିକ୍ଷକଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଖବର । ସବୁ ଶିକ୍ଷକଙ୍କ ପାଇଁ TET ବାଧ୍ୟତାମୂଳକ । TET ବା ଟିଚର୍ ଏଲିଜିବିଲିଟି ଟେଷ୍ଟ ପାସ୍ କରିବା ବାଧ୍ୟତାମୂଳକ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଶିକ୍ଷକଙ୍କ ପାଇଁ ସୁପ୍ରିମକୋର୍ଟ ସୋମବାର ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ, ଶିକ୍ଷକମାନେ ୨ ବର୍ଷ ଭିତରେ TET ପାସ୍ ନ କଲେ ବାଧ୍ୟତାମୂଳକ ଅବସର ଦିଆଯିବ । ଯେଉଁମାନେ ୨୦୧୨ ପୂର୍ବରୁ ଚାକିରି କରିଥିବେ ସେମାନେ ମଧ୍ୟ TET ଦେବା ବାଧ୍ୟତାମୂଳକ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।












