ଭାରତ-ରୁଷିଆ ତୈଳ କାରବାରକୁ ଅଟକାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାରିଫ୍ ଲଗାଇଥିଲେ। କିନ୍ତୁ ଏହି ପଦକ୍ଷେପ ବୁମେରାଂ ସାବ୍ୟସ୍ତ ହୋଇଛି । ଭାରତ ପଛକୁ ହଟିବା ପରିବର୍ତ୍ତେ ଏବେ ରୁଷିଆଠାରୁ ଅଧିକ ଅଶୋଧିତ ତୈଳ କିଣିବା ପ୍ରକ୍ରିୟା ଆରମ୍ଭ କରିଛି । ମସ୍କୋ ମଧ୍ୟ ଅଧିକ ରିହାତି ଦେବାକୁ ରାଜି ହୋଇଛି । ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ରୁଷିଆର ୟୁରାଲ୍ସ କ୍ରୁଡ୍‌ ତୈଳ ଗତ ବର୍ଷର ସେପ୍ଟେମ୍ବର-ଅକ୍ଟୋବର ତୁଳନାରେ ୩-୪ ଡଲାର କମ୍ ଦରରେ ଭାରତକୁ ଯୋଗାଣ ହେଉଛି ।

ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଆମେରିକା ଭାରତ-ରୁଷିଆ ତୈଳ ବ୍ୟବସାୟ ଉପରେ ଟାରିଫ୍ ଲାଗୁ କରିଥିଲା । କିନ୍ତୁ ଏହି ସମୟରେ ଭାରତୀୟ ତୈଳ ରିଫାଇନାରିଗୁଡ଼ିକ ୧୧.୪ ନିୟୁତ ବ୍ୟାରେଲ ରୁଷୀୟ କ୍ରୁଡ୍‌ ତୈଳ କିଣିଛନ୍ତି । ଡୋନାଲ୍ଡ ଟ୍ରମ୍ପ ଗତ ମାସରେ ଭାରତୀୟ ରପ୍ତାନି ଉପରେ ପୂର୍ବରୁ ଥିବା ୨୫% ଶୁଳ୍କ ସହିତ ଅତିରିକ୍ତ ୨୫% ଜୋରିମାନା ଲଗାଇଥିଲେ ଏବଂ ନୂଆଦିଲ୍ଲୀ ଉପରେ ମସ୍କୋର ଯୁକ୍ରେନ ଯୁଦ୍ଧକୁ ସହାୟତା କରୁଥିବା ଅଭିଯୋଗ ଲଗାଇଥିଲେ । ଏହାକୁ ବିରୋଧ କରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଥିଲେ ଯେ, ଭାରତର ଆଭ୍ୟନ୍ତରୀଣ ଆବଶ୍ୟକତା ଓ ବିଶ୍ୱସ୍ତରୀୟ ତୈଳ ମୂଲ୍ୟର ସ୍ଥିରତାକୁ ଦୃଷ୍ଟିରେ ରଖି ରୁଷିଆଠାରୁ ତୈଳ କିଣିବା ଜରୁରୀ ।

LEAVE A REPLY

Please enter your comment!
Please enter your name here