ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପୁଣିଥରେ ଆନ୍ତର୍ଜାତୀୟ ମଞ୍ଚରେ ଲଜ୍ଜାଜନକ ପରିସ୍ଥିତିରେ ପଡ଼ିଛନ୍ତି । ଚୀନ୍ ଯାତ୍ରା ସମୟରେ ସେ ବେଜିଂରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଥିଲେ, କିନ୍ତୁ ସେହି ସମୟରେ ଘଟିଥିବା ଏକ ଘଟଣା ତାଙ୍କୁ ଲଜ୍ଜାର ସ୍ଥିତିରେ ପକାଇଲା ।

ଦ୍ବିପାକ୍ଷିକ ବୈଠକ ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ପୁଟିନଙ୍କ ସହ ଦ୍ବିପାକ୍ଷିକ ବୈଠକ ସମୟରେ ତାଙ୍କ କାନରେ ଇୟରଫୋନ୍ ଲଗାଇବାକୁ ପଡିଥିଲା । କିନ୍ତୁ ସେ ଜାଣି ନଥିଲେ ଯେ ଏହାକୁ କିପରି ଲଗାଇବେ । ତାଙ୍କ ଅନୁବାଦ ଇୟର୍‌ଫୋନ୍‌ ଲଗାଇବା ନେଇ ହଡ଼ବଡ଼ ହେଉଥିବା ଦେଖିବାକୁ ମିଳିଛି । ସରିଫ ଇଅର୍‌ଫୋନ୍‌ ଠିକ କରିବାକୁ ଚେଷ୍ଟା କରୁଛନ୍ତି, ମାତ୍ର ପୁଟିନ ଏହା ଦେଖି ହସିବା ସହ ଏହା କିପରି କାନରେ ଲଗାଇବାକୁ ହେବ ତାହା ଇଶାରାରେ ବୁଝାଉଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହା ପ୍ରଥମ ଥର ନୁହେଁ ଯେ ଶେହବାଜ ସରିଫ ଇୟରଫୋନ୍‌ ନେଇ ଲଜ୍ଜାର ସମ୍ମୁଖୀନ ହୋଇଛନ୍ତି । ୨୦୨୨ରେ ଉଜବେକିସ୍ତାନରେ ଅନୁଷ୍ଠିତ SCO ସମ୍ମିଳନୀରେ ପୁଟିନଙ୍କ ସହ ବୈଠକ ପୂର୍ବରୁ ସରିଫ ଅନୁବାଦ ଇୟରଫୋନ୍‌ ପିନ୍ଧିବାରେ ସମସ୍ୟାରେ ପଡ଼ିଥିଲେ । ସେହିବେଳେ ମଧ୍ୟ ଇୟରଫୋନ୍‌ ଖସିଯାଇଥିଲା ଏବଂ ତାଙ୍କର ଜଣେ ଅଧିକାରୀଙ୍କୁ ସହାୟତା ପାଇଁ ଡାକିବାକୁ ପଡ଼ିଥିଲା । ପୁଟିନ ସେଥିରେ ଆଲୋଚନା ଆରମ୍ଭ କରିବା ପୂର୍ବରୁ ଅପେକ୍ଷା କରୁଥିଲେ । ସେହି ଭିଡିଓ ଭାଇରାଲ୍‌ ହେବା ପରେ, ବିଦେଶୀ ସମୀକ୍ଷକଙ୍କ ସହିତ ପାକିସ୍ତାନର ପ୍ରତିଦ୍ୱନ୍ଦ୍ୱୀ ଦଳଗୁଡ଼ିକ ମଧ୍ୟ ସରିଫଙ୍କୁ କଟୁ ଆଲୋଚନା କରିଥିଲେ । ଇମ୍ରାନ ଖାନଙ୍କ ପାକିସ୍ତାନ ତେହେରିକ୍-ଏ-ଇନସାଫ (PTI) ଏହାକୁ ଏକ ଲଜ୍ଜାଜନକ ଘଟଣା ବୋଲି ବର୍ଣ୍ଣନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here