ଲୋକପ୍ରିୟ ୨୬ଟି ସୋସିଆଲ୍ ମିଡିଆ ଏବଂ ଯୋଗାଯୋଗ ପାଇଁ ବହୁଳ ବ୍ୟବହାର ହେଉଥିବା ଆପ୍କୁ ନିଷିଦ୍ଧ କରିଛି ନେପାଳ । ସମସ୍ତ ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନେପାଳ ସରକାର । ଏନେଇ ନେପାଳ ସରକାରଙ୍କ ପକ୍ଷରୁ ଇଣ୍ଟରନେଟ୍ ସର୍ଭିସ ପ୍ରୋଭାଇଡର୍ସଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ହ୍ଵାଟ୍ସଆପ୍, ଫେସବୁକ୍, ୟୁଟ୍ୟୁବ୍, ଇନଷ୍ଟାଗ୍ରାମ, ଏକ୍ସ, ଲିଙ୍କଡଇନ୍, ସ୍ନାପଚାଟ ଆଦିର ଆସେସ୍ ନେପାଳରେ ବ୍ଲକ୍ କରି ଦିଆଯାଇଛି । ଏଭଳି ୨୬ଟି କମ୍ପାନୀ ସରକାର ଦେଇଥିବା ୭ ଦିନ ସମୟ ସୀମା ଭିତରେ ପଞ୍ଜୀକରଣ କରି ନପାରିବାରୁ ଏ ସବୁର ବ୍ୟବହାରକୁ ନେପାଳରେ ନିଷିଦ୍ଧ କରାଯାଇଛି । ସୋସିଆଲ୍ ମିଡିଆ ପ୍ଲାଟଫର୍ମ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ପରେ ନେପାଳର ସୁପ୍ରିମକୋର୍ଟ ଏକ ନିର୍ଦ୍ଦେଶ ଦେଇଥିଲେ । ଯେଉଁଥିରେ, ସୁପ୍ରିମକୋର୍ଟ ସରକାରଙ୍କୁ କହିଥିଲେ ‘ଘରୋଇ ଏବଂ ବିଦେଶରୁ ପରିଚାଳିତ ଅନଲାଇନ୍ ପ୍ଲାଟଫର୍ମ ଗୁଡ଼ିକୁ କର୍ତ୍ତୃପକ୍ଷଙ୍କ ନିକଟରେ ପଞ୍ଜୀକରଣ କରାଯିବ । ଏହାଦ୍ଵାରା ସେଥିରେ ସେୟାର କଣ୍ଟେଣ୍ଟ ଗୁଡ଼ିକର ମନିଟର୍ କରାଯାଇ ପାରିବ ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନେପାଳ ସରକାରଙ୍କ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏକ ନୋଟିସ୍ ଜାରି କରି ୭ ଦିନ ସମୟ ଦେଇଥିଲେ । ଆଉ ସରକାରଙ୍କ ନିକଟରେ ପଞ୍ଜୀକରଣ କରି ନଥିବା ୨୬ଟି ବହୁଳ ବ୍ୟବହୃତ ଆପ୍ଲିକେସନ୍କୁ ଏବେ ନେପାଳରେ ନିଷିଦ୍ଧ କରାଯାଇଛି । ଆପ୍ଲିକେସନ୍ ଗୁଡ଼ିକ ହେଲା- ଫେସବୁକ୍, ଇନଷ୍ଟାଗ୍ରାମ, ମେସେଞ୍ଜର, ୟୁଟ୍ୟୁବ୍, ଏକ୍ସ, ରେଡ୍ଡିଟ୍, ଲିଙ୍କଡଇନ୍, ହ୍ଵାଟ୍ସଆପ୍, ଡିସକର୍ଡ, ପିନଟେରେଷ୍ଟ, ସିଗନାଲ୍, ଥ୍ରେଡସ୍, ୱିଚାଟ୍, କ୍ଯୁରା, ଟମ୍ବଲର, କ୍ଲବହାଉସ୍, ରମ୍ବଲ, ଲାଇନ୍, ଇମୋ, ସୋଲ, ହାମରୋ ପାତ୍ରୋ, ଏମ୍ଆଇ ଭିଡିଓ, ଏମ୍ଆଇ ଭାଇକ, ଟିକଟକ୍, ଭାଇବର, ୱେଟଲକ, ନିମ୍ବୁଜ୍ଜ, ଟେଲିଗ୍ରାମ ଏଭଂ ଗ୍ରୋବାଲ ଡାଏରୀ ।














