ଆସନ୍ତାକାଲି ସକାଳ ଆଠଟା ଯାଏଁ ପ୍ରବଶ ବର୍ଷିବ । ପାଣିପାଗ ବିଭାଗ ପକ୍ଷରୁ ଚାରୋଟି ଜିଲ୍ଲାକୁ ରେଡ୍ ଓ୍ବାଣିଂ ଜାରି କରାଯାଇଛି । ମୟୁରଭଂଜ, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି 13ଟି ଜିଲ୍ଲାକୁ ଅରେଞ୍ଜ ଓ୍ବାଣିଂ ଜାରି କରାଯାଇଛି । ଏହିସବୁ ଜିଲ୍ଲାଗୁଡିକ ମଧ୍ୟରେ ରହିଛି ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ଦେବଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ସୁନ୍ଦରଗଡ଼ ।
ଗତ ଚବିଶଘଣ୍ଟା ଭିତରେ ପ୍ରବଳ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଖାଲୁଆ ଅଞ୍ଚଳରେ ଲୋକେ ପାଣି ଘେର ଭିତରେ ରହିଥିବା ବେଳେ ରାସ୍ତା ଉପରେ ପାଣି ସୁଅ ଚାଲିବା ଯୋଗୁ ଗାଡି, ମଟର ବୁଡି ରହିଛି । ରାଜଧାନୀ ଭୁବନେଶ୍ବର ଓ କଟକର କେତେକ ଅଞ୍ଚଳରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here