ଆପଣ ଡାଏଟରେ ଅଛନ୍ତି କି? ତେବେ ଭୋଜନର ଲାଳସା ଆପଣଙ୍କର ବହୁତ ବଡ ଶତ୍ରୁ ହୋଇପାରେ । ଡାଏଟ୍ରେ ଥିବା ବେଳେ ଲାଳସା ଆପଣଙ୍କର ଇଚ୍ଛାକୁ ଅସମ୍ଭାଳ କରିଥାଏ । ବିଶେଷ କରି ପିଜ୍ଜା ,ବରଗର, କେକ୍ ଭଳି କିଛି ସ୍ୱାଦିଷ୍ଟ ବ୍ୟଞ୍ଜନ ଆପଣଙ୍କୁ ଆକୃଷ୍ଟ କରିଥାଏ । ଖାଦ୍ୟରେ ନିୟନ୍ତ୍ରଣ ଆଣିବା ପାଇଁ କିଛି ପ୍ରକ୍ରିୟା ଦ୍ୱାରା ଆପଣ ଉପକାରୀ ହୋଇପାରିବେ । ଏହା ଭିତରୁ କିଛି ଯେମିତି କି :
ଅଧିକ ପାଣି ପିଅନ୍ତୁ
ଯଥେଷ୍ଟ ପରିମାଣରେ ପାଣି ପିଇଲେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବା ସହ ତ୍ୱଚାରେ ଚମକ ଆଣିଥାଏ । ଏଥିସହ ଭୋକକୁ ମଧ୍ୟ ଆୟତ୍ତରେ ରଖିଥାଏ । ଖାଇବା ପୁର୍ବରୁ ପାଣି ପିଇଲେ ଓଜନ କମେଇବାରେ ସାହାଯ୍ୟ କରିଥାଏ । ପାଣିରେ ଜିରୋ କ୍ୟାଲୋରି ଉପକରଣ ରହିଥାଏ । ଏହା ଆପଣଙ୍କ ପେଟ ଭରା କରିଥାଏ, କିନ୍ତୁ କିଛି କ୍ୟାଲୋରି ବଢେଇ ନଥାଏ ।
ଯଥେଷ୍ଟ ପରିମାଣରେ ଡାଇଟେରି ଫାଇବର ଖାଆନ୍ତୁ । ଡାଇଟେରି ଫାଇବର ଏକ ପ୍ରକାରର କାରବୋହାଇଡ୍ରେଟ୍ ଯାହାକି ଶରୀରରେ ଧୀରେ ଧୀରେ ହଜମ ହୋଇଥାଏ । ଏହି ଫାଇବର ଖାଦ୍ୟନଳୀକୁ ସୁସ୍ଥ ରଖିବା ସହ ମଧୁମେହ ଓ କୋଲନ କ୍ୟାନସର ଭଳି ରୋଗର ବିପଦ କମେଇବାରେ ସାହାଯ୍ୟ କରିଥାଏ । ପନିପରିବା ଓ ଫଳ ଖାଆନ୍ତୁ (ଏଥିପାଇଁ ବହୁତ ଲୋକ ସାଲାଡ ଖାଇବା ପାଇଁ ଆଗ୍ରହୀ ହୁଅନ୍ତି ) । ଅତିରିକ୍ତ ମାତ୍ରାରେ ଡାଇଟେରି ଫାଇବର ଖାଇବା ଦ୍ୱାରା ଗ୍ୟାସ୍ ହେବାର ସମ୍ଭାବନା ହୋଇପାରେ ।
ପୁଷ୍ଟିସାର ଆହାର ଖାଆନ୍ତୁ
ଗବେଷଣାରେ ପ୍ରମାଣ ହୋଇଛି ଯେ ଅଧିକ ପରିମାଣରେ ପୁଷ୍ଟିସାର ଖାଦ୍ୟ ଖାଇବା ଦ୍ୱାରା ୬୦% ଖାଦ୍ୟ/ଚିନିର ଲାଳସା କମ୍ ହୋଇଥାଏ । ଅଧିକ ପୁଷ୍ଟିସାର ଖାଦ୍ୟ ଖାଇବା ଦ୍ୱାରା ମାଂସପେଶୀ ତିଆରି କରିବା ସହ ଖାଦ୍ୟର ଲାଳସା ଆୟତ୍ତରେ ରଖିଥାଏ ।
ମାନସିକ ଚାପରୁ ମୁକ୍ତ ରୁହନ୍ତୁ
ଯେତେ ଅଧିକ ଆପଣ ମାନସିକ ଚାପରେ ରହିବେ ସେତିକି ଆପଣ ଜଙ୍କ୍ ଫୁଡ ଖାଇବାକୁ ଆଗ୍ରହି ହେବେ । ମନ ସ୍ଥିର ଓ ଚିନ୍ତାରୁମୁକ୍ତ ରହିବା ଦ୍ୱାରା ଲାଳସାରୁ ଦୁର ରହିପାରିବେ । ଉପଯୁକ୍ତ ନିଦ ଏବଂ ଆଖପାଖ ଲୋକଙ୍କ ସହ ସୁସ୍ଥ ସମ୍ପର୍କ ରଖିବା ଦ୍ୱାରା ମାନସିକ ଚାପରୁ ମୁକ୍ତି ପାଇ ପାରିବେ ।