ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ପକ୍ଷରୁ ଶୁକ୍ରବାର ଅର୍ଚ୍ଚନା ନାଗଙ୍କ ଘରେ ଚଢ଼ାଉ କରାଯାଇଛି। ୨୦୨୨ ଅର୍ଥ କାରବାର ମାମଲାରେ ଇଡି ଛାନଭିନ୍ ଚଳାଇଛନ୍ତି। ପୂର୍ବରୁ ହନିଟ୍ରାପ ରାକେଟ ଚଳାଇବା ଅଭିଯୋଗରେ ଗିରଫ ହୋଇଥିଲେ । ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ବ୍ଲାକମେଲ କରି ଟଙ୍କା ଆଦାୟ କରୁଥିଲେ । ଗୁପ୍ତ ଭିଡିଓ ରଖି ବ୍ଲାକମେଲ୍ କରୁଥିଲେ ଅର୍ଚ୍ଚନା । ସୂଚନା ଅନୁସାରେ, ୨୦୨୨ ଅର୍ଥ କାରବାର ମାମଲାର ତଦନ୍ତ ସମୟରେ ଇଡି ପକ୍ଷରୁ ଅର୍ଚ୍ଚନାଙ୍କୁ ଉକ୍ତ ଘର ଛାଡ଼ିବାକୁ ନିର୍ଦେଶ ଦିଆଯାଇଥିଲା। ହେଲେ ସେ ଇଡି ନିର୍ଦେଶକୁ ଅବମାନନା କରିଥିଲେ । ନିର୍ଦ୍ଦେଶ ଅବମାନନା ପରେ ଇଡି ଘର ସିଜ କରିପାରେ ବୋଲି କୁହାଯାଉଛି। ଇଡି ଏହାକୁ PMLA ଅନୁସାରେ ଧନଶୋଧନ ମାମଲା ରୁପେ ତଦନ୍ତ କରୁଛି । ୬ ଅକ୍ଟୋବର ୨୦୨୨ ଭୁବନେଶ୍ୱର ଖଣ୍ଡଗିରି ଥାନାରେ ମାମଲା ହେବା ପରେ ଅର୍ଚ୍ଚନା ନାଗ ଗିରଫ ହୋଇଥିଲେ । ୨୦ ଅକ୍ଟୋବର ୨୦୨୨ ରେ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ୨୭ ଅକ୍ଟୋବର ୨୦୨୨ ରେ ଓଡ଼ିଶା ପୁଲିସରୁ ଏଫ୍ ଆଇଆର୍ ପାଇ ପରେ ଇଡି ଆର୍ଥିକ ତଥ୍ୟ ଓ ମନି ଲଣ୍ଡରିଂ ତଦନ୍ତ ଆରମ୍ଭ କରିଥିଲା । ୬ ଡିସେମ୍ବର ୨୦୨୨ ରେ କୋର୍ଟ୍ ଇଡିକୁ ୭ ଦିନର ରିମାଣ୍ଡ୍ ଦେଇଥିଲା। ଜାନୁଆରୀ ୨୦୨୩ରେ ଇଡି ପକ୍ଷରୁ ଅର୍ଚ୍ଚନାଙ୍କ ୩.୬୪ କୋଟି ଟଙ୍କାର ଘର ଓ କିଛି ଯାନବାହନ ଜବତ କରାଯାଇଥିଲା ।














