ପୁରୀ ସ୍ବର୍ଗଦ୍ୱାରରେ ବଞ୍ଚିକି ଉଠିଲା ଶବ । ଗଞ୍ଜାମ ପୋଲସରା ଅଞ୍ଚଳର ୮୬ ବୟସର ପି ଲଷ୍ମୀ ପୁରୀ ସ୍ବର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ପାଇଁ ପରିବାର ଲୋକ ନେଇଆସିଥିଲେ । କିନ୍ତୁ ସେଠାରେ ମୃତ୍ୟୁ ହୋଇଥିବା ପି ଲଷ୍ମୀ ହଠାତ୍ ବଞ୍ଚିକି ଉଠିଲେ ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇପଡ଼ିଥିଲେ । ସୂଚନାନୁଯାୟୀ ଆଜି ଅପରାହ୍ନ ସମୟରେ ପି ଲଷ୍ମୀ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାର ଲୋକ ଆମ୍ବୁଲାନ୍ସ ଯୋଗେ ପୁରୀ ସ୍ବର୍ଗଦ୍ୱାରକୁ ଆଣିଥିଲେ । ସ୍ୱର୍ଗଦ୍ୱାରର କର୍ମଚାରୀମାନେ ମୃତକଙ୍କ ପରିବାରଙ୍କୁ ମେଡିକାଲ ରିପୋର୍ଟ ମାଗିଥିଲେ ଏବଂ ତାଙ୍କ ପରିବାର ଲୋକ ରିପୋର୍ଟ ଆଣିନଥିବାରୁ ତାଙ୍କୁ ଅପେକ୍ଷା କରାଇଥିଲେ ।କିଛି ସମୟ ପରେ ସ୍ବର୍ଗଦ୍ୱାରର କର୍ମଚାରୀମାନେ ଶବ ପାଖକୁ ଯାଇଥିଲେ ଓ ସେଠାରେ ଦେଖିଲେ ଶବଟି ବଞ୍ଚିଛି । ଏହାପରେ ପି ଲଷ୍ମୀଙ୍କ ପରିବାର ଲୋକ ଓ ସ୍ୱର୍ଗଦ୍ୱାରର କର୍ମଚାରୀ ମିଶି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି । ପି ଲଷ୍ମୀ ଏବେ ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ପି ଲଷ୍ମୀଙ୍କ ପରିବାର ଲୋକେ କହିଛନ୍ତି ସ୍ବର୍ଗଦ୍ୱାରରେ ମୃତ ମା’ ଙ୍କ ଜୀବନ ଫେରିଛି ଏଭଳି ଘଟଣା ପୁରୀରେ ଏକ ଆଲୋଡନ ସୃଷ୍ଟି କରିଛି ।














