ଲଦାଖ: ସାମାଜିକ କାର୍ଯ୍ୟକର୍ତ୍ତା ସୋନମ ଓ୍ଵାଙ୍ଗଚୁକଙ୍କୁ ୬୦ ଦିନ ପାଇଁ ଗୃହବନ୍ଦୀ କରାଯାଇଛି। ଏ ନେଇ ଆଦେଶ ଜାରି କରିଛନ୍ତି ଲେହର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍।ସେ ଏବେ କୌଣସି ପ୍ରକାରର ବିକ୍ଷୋଭ ପ୍ରଦର୍ଶନରେ ସାମିଲ୍ ହୋଇ ପାରିବେନି। ଉଲ୍ଲେଖନୀୟ ଡିସେମ୍ବର ୪ରେ ଲଦାଖରେ କାଉନସିଲ ନିର୍ବାଚନ ହେବାକୁ ଯାଉଛି। ପ୍ରଶାସନ ପୋଲିସର ଏକ ରିପୋର୍ଟ ଆଧାରରେ ଓ୍ଵାଙ୍ଗଚୁକଙ୍କ ଉପରେ କଟକଣା ଲଗାଇବାକୁ ଅନୁରୋଧ କରିଥିଲା।ଏବେ ମାଜିଷ୍ଟ୍ରେଟ୍ ଓ୍ଵାଙ୍ଗୁଚକଙ୍କ ଗତିବିଧି ଉପରେ ରୋକ୍ ଲଗାଇବା ପାଇଁ BNSSର ଧାରା ୧୬୩ର ପ୍ରୟୋଗ କରିଛନ୍ତି। ଏହି ଆଦେଶ ତତ୍କାଳ ପ୍ରଭାବରୁ ଲାଗୁ ହେବ ଏବଂ ଆଗାମୀ ୬୦ ଦିନ ପର୍ଯ୍ୟନ୍ତ ଜାରି ରହିବ। ଲଦାଖ ସ୍ଵାୟତ୍ତ ପାହାଡ଼ି ବିକାଶ ପରିଷଦର ନିର୍ବାଚନ ପାଇଁ ଡିସେମ୍ବର ୪ରେ ହେବ ମତଦାନ। କିନ୍ତୁ ସୋନମ ଓ୍ଵାଙ୍ଗଚୁକ ଓ ଅନ୍ୟ ସ୍ଥାନୀୟ ନେତା ନିର୍ବାଚନର ସମୟକୁ ବିରୋଧ କରିଛନ୍ତି।ଏହି ଆଦେଶର କିଛି ସମୟ ପରେ ସୋନମ କହିଛନ୍ତି, ଅନେକ ପୋଲିସ କର୍ମଚାରୀ ଅସ୍ତ୍ରଶସ୍ତ୍ର ସହ ତାଙ୍କ ଘରକୁ ଘେରି ରହିଛନ୍ତି। ମୋତେ ଘରେ ହିଁ ରହିବାକୁ ପରାମର୍ଶ ଦିଆଯାଇଛି। ଏସବୁ କାର୍ଯ୍ୟାନୁଷ୍ଠାନ ଏଥିପାଇଁ ନିଆଯାଇଛି କାରଣ ମୁଁ କିଛି କଡ଼ା ପ୍ରଶ୍ନ ସେମାନଙ୍କୁ ପଚାରି ଦେଲି।

LEAVE A REPLY

Please enter your comment!
Please enter your name here