ପୁରୀ ସମୁଦ୍ରରେ ଅଘଟଣ। ସମୁଦ୍ରରେ ସ୍ନାନ କରୁଥିବା ସମୟରେ ରିପ୍ କରେଣ୍ଟରେ ପଡି ବୁଡ଼ି ଗଲେ ପର୍ଯ୍ୟଟକ। ପୁରୀ ସମୁଦ୍ର କୂଳର ସେକ୍ଟର ୯ ରେ ଘଟିଛି ଏଭଳି ଘଟଣା। ତେବେ ସେଠାରେ ଉପସ୍ଥିତ ଥିବା ଲାଇଫଗାର୍ଡ ମାନେ ତୁରନ୍ତ ସମୁଦ୍ର ଭିତରକୁ ଯାଇ ବୁଡ଼ି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ପର୍ଯ୍ୟଟକ ଜଣକ ହେଉଛନ୍ତି କେଉଁଝର ଅଞ୍ଚଳର ବିକାଶ ନାୟକ। ଲାଇଫ ଗାର୍ଡ ମାନେ ବିକାଶ ଙ୍କୁ ଉଦ୍ଧାର କରିବା ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇଥିଲେ। ଆଜି ସକାଳେ ବିକାଶ ସମୁଦ୍ର କୂଳ ସେକ୍ଟର ୯ ରେ ସ୍ନାନ କରୁଥିଲେ। ଏକ ବଡ଼ ଲହଡ଼ି ସାଙ୍ଗକୁ ରିପ୍ କରେଣ୍ଟରେ ପଡି ବିକାଶ ଗଭୀର ସମୁଦ୍ରରେ ଭାସି ଯାଇଥିଲେ। ମରଣ ମୁହଁରୁ ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇଲେ ଲାଇଫ ଗାର୍ଡ ।













