ସବୁଠୁ ବେଶୀ ବିରୋଧର ସମ୍ମୁଖୀନ ହେଉଥିବା ପଞ୍ଜଶୀର ପ୍ରଦେଶରେ ଉଡିଲା ତାଲିବାନ ପତାକା । ପଞ୍ଜଶୀର ଦଖଲ ପରେ ଗଭର୍ଣ୍ଣରଙ୍କ କାର୍ଯ୍ୟାଳୟ ନିକଟରେ ତାଲିବାନମାନେ ପତାକା ଉଡାଇଛନ୍ତି । ପଞ୍ଜଶୀର ପ୍ରଦେଶକୁ ସେମାନେ ଦଖଲ କରିନେଇସାରିଛନ୍ତି ଏବଂ ସଂପୂର୍ଣ୍ଣ ଆଫଗାନିସ୍ଥାନରେ ଏବେ ତାଲିବାନ ସରକାର ଶାସନ ଚାଲିବ ବୋଲି ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ କହିଛନ୍ତି । ମାତ୍ର ପଞ୍ଜଶୀର ପ୍ରଦେଶରେ ନ୍ୟାସନାଲ ରେଜିଷ୍ଟାନ୍ସ ତାଲିବାନଙ୍କ ଦାବିକୁ ଅସ୍ବୀକାର କରିଛି । ଏବେ ବି ତାଲିବାନ ସହ ବିଭିନ୍ନ ସ୍ଥାନରେ ଘମାଘୋଟ ଲଢେଇ ଚାଲିଛି ବୋଲି ରେଜିଷ୍ଟାନ୍ସ ଫ୍ରଣ୍ଟ ପକ୍ଷରୁ କୁହାଯାଇଛି । 600ରୁ ଅଧିକ ତାଲିବାନ ନିହତ ହୋଇଥିବା ବେଳେ ସାତଶହ ତାଲିବାନଙ୍କୁ ବନ୍ଦୀ କରାଯାଇଛି ବୋଲି ରେଜିଷ୍ଟାନ୍ସ ଫ୍ରଣ୍ଟ କହିଛି । ପ୍ରଦେଶର ପ୍ରମୁଖ ଉପତ୍ୟାକା ଏବେ ବି ରେଜିଷ୍ଟାନ୍ସ ଫ୍ରଣ୍ଟ କବଜାରେ ରହିଛି ଏବଂ ତାଲିବାନ ସହ ଯୁଦ୍ଧ ଜାରି ରହିଛି ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here