ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଆଫଗାନିସ୍ତାନକୁ ଦେଇଛନ୍ତି ଧମକ । ଟ୍ରୁଥ୍ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକ ଦେଇ ଲେଖିଛନ୍ତି, “ଯଦି ଆଫଗାନିସ୍ତାନ ବଗରାମ ଏୟାରବେସ୍କୁ ତାର ନିର୍ମାତା ଆମେରିକାକୁ ଫେରାଇବ ନାହିଁ ତାହେଲେ, ତାର ପରିଣାମ ବହୁତ ଖରାପ ହେବ ।”ଡୋନାଲ୍ଡ ଟ୍ରମ୍ପ ଦେଇଥିବା ଧମକକୁ ଖାତିର୍ କରିନି ତାଲିବାନ । ଏବେ ଆମେରିକା ଆଫଗାନିସ୍ତାନ ସହ ଆଲୋଚନା କରୁଥିବା ଟ୍ରମ୍ପ କହିଛନ୍ତି । ସେ କହିଛନ୍ତି, “ବଗରାମ ଏୟାରବେସ୍ ଉପରେ ଆମେରିକା ଶୀଘ୍ର ନିୟନ୍ତ୍ରଣ ଚାହୁଁଛି । ଯଦି ଆଫଗାନିସ୍ତାନ ଏଭଳି କରିବ ନାହିଁ ତ ଆପଣଙ୍କୁ ବୁଝା ପଡ଼ିଯିବ ମୁଁ କଣ କରି ପାରିବି ।” ପୂର୍ବରୁ ଟ୍ରମ୍ପ କହିଥିଲେ, କାବୁଲ ନିକଟରେ ଆମେରିକା ଏକ ବଡ଼ ଆଫଗାନ ଏୟାରବେସକୁ ତାର କବ୍ଜାକୁ ନେବାକୁ ଯୋଜନା କରୁଛି । ଯେମିତି ସେଠାରୁ ଚୀନ ଉପରେ ତୀକ୍ଷଣ ନଜର ରଖି ପାରିବ ଆମେରିକା ସେନା । ଆଫଗାନିସ୍ତାନକୁ ଶାସନ କରୁଥିବା ତାଲିବାନ ଟ୍ରମ୍ପ ଦେଇଥିବା ଧମକ ଉପରେ ପ୍ରତିକ୍ରିୟା ରଖିଛି ,ତାଲିବାନ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି “ଆଫଗାନିସ୍ତାନରେ ଆମେରିକାର କୌଣସି ପ୍ରକାର ସୈନ୍ୟ ପ୍ରତ୍ୟାବର୍ତ୍ତନକୁ ମଞ୍ଜୁରୀ ଦିଆଯିବ ନାହିଁ । ବଗରାମ ଏୟାରବେସ୍କୁ ଆମେରିକାକୁ ଦେବାର ପ୍ରଶ୍ନ ହିଁ ଉଠୁ ନାହିଁ ।” ଟ୍ରମ୍ପ ଦେଇଥିବା ଧମକକୁ ତାଲିବାନ ଖାତିର୍ କରିନି ।














