ଟ୍ରାଫିକ୍ କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ହତ୍ୟା ମାମଲାରେ ନୂତନ ତଥ୍ୟ ସାମ୍ନାକୁ ଆସିଛି। ପୁଲିସର କହିବା ଅନୁସାରେ, ମୁଖ୍ୟ ଅଭିଯୁକ୍ତ ଦୀପକଙ୍କଠାରୁ ଶୁଭମିତ୍ରା ୨୦ ଲକ୍ଷ ଟଙ୍କା ଦାବି କରିଥିଲେ। ଉଭୟଙ୍କ ମଧ୍ୟରେ ହୋଇଥିବା WhatsApp ଚାଟ୍‌ରୁ ଏହା ପ୍ରମାଣିତ ହୋଇଛି ବୋଲି ଖବର ମିଳିଛି। ହତ୍ୟାକାଣ୍ଡ ପରେ ପ୍ରାଥମିକ ତଦନ୍ତରୁ ଦୀପକ ଶୁଭମିତ୍ରାଙ୍କଠାରୁ ୧୦ ଲକ୍ଷ ଟଙ୍କା ନେଇଥିଲେ ଏବଂ ସେ ଫେରସ୍ତ ମାଗିବାରୁ ଦୀପକ ତାଙ୍କୁ ହତ୍ୟା କରିଥିଲେ ବୋଲି ଜଣାପଡ଼ିଥିଲା। ଏ ନେଇ ପୁଲିସ ବି ସ୍ପଷ୍ଟ କରିଥିଲା। କିନ୍ତୁ ଏବେ ନୂଆ ତଥ୍ଯ ମାମଲାକୁ ଭିନ୍ନ ମୋଡ଼ ଦେଇଛି। ଶୁଭମିତ୍ରାଙ୍କ ମା’ ଦୀପକଙ୍କଠାରୁ ଏହି ଅର୍ଥ ଆଣିବାକୁ କହୁଥିଲେ ବୋଲି ପୁଲିସଠାରୁ ସୂଚନା ମିଳିଛି। ଦୀପକ ଶୁଭମିତ୍ରାଙ୍କ ନାମରେ ବୀମା କରାଇଥିବା ଜଣାପଡ଼ିଛି। ହତ୍ୟା କଲେ ବୀମା ଅର୍ଥ ମିଳିବନି ବୋଲି ଦୀପକ ଜାଣିଥିଲେ। ସେପଟେ ହତ୍ୟାକାଣ୍ଡ ଦିନ ଉଭୟଙ୍କ ମଧ୍ୟରେ ୟୁନିଟ-୬ ଅଞ୍ଚଳରେ କାର ଭିତରେ ୪୦ ମିନିଟ ଧରି ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ଶୁଭମିତ୍ରା ଦୀପକଙ୍କୁ ଗୋଇଠା ମାରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଦୀପକ ଶୁଭମିତ୍ରାଙ୍କୁ ହତ୍ୟା କରିଥିଲେ।

ଭୁବନେଶ୍ଵରର ଟ୍ରାଫିକ କନଷ୍ଟେବଳ ଶୁଭମିତ୍ରା ରାଉତଙ୍କ ନିଖୋଜ ଘଟଣା ହତ୍ୟାକାଣ୍ଡରେ ପରିଣତ ହୋଇଛି। ପରିବାର ଲୋକ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପରେ ତାଙ୍କ ସ୍ଵାମୀ ଦୀପକ ରାଉତ ହତ୍ୟା କରି କେନ୍ଦୁଝର ଘଟଗାଁରେ ପୋତିଦେଇଥିବା ଜଣା ପଡ଼ିବା ପରେ,ପୁଲିସ ମୃତଦେହକୁ ଉଦ୍ଧାର କରି ଦୀପକଙ୍କୁ ଗିରଫ କରିଛି। ସେ ପୁଲିସ କମିଶନର କାର୍ଯ୍ୟାଳୟର ଆକାଉଣ୍ଟ ସେକ୍ସନରେ କିରାଣି ଭାବେ କାମ କରୁଥିଲେ। ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ଶୁଭମିତ୍ରାଙ୍କ ସହ ବିବାହ କରିଥିଲେ।

LEAVE A REPLY

Please enter your comment!
Please enter your name here