୨ ପାକିସ୍ତାନୀ କ୍ରିକେଟରଙ୍କ ବିରୋଧରେ ଆଇସିସି ନିକଟରେ ଅଭିଯୋଗ କରିଛି ବିସିସିଆଇ । ଏସିଆ କପ୍-୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଭାରତ ବିପକ୍ଷ ସୁପର ଫୋର୍ ମ୍ୟାଚ୍ ସମୟରେ ଅର୍ଦ୍ଧଶତକ ହାସଲ କରିବା ପରେ ଗନ୍ ସେଲିବ୍ରେସନ୍ କରିଥିଲେ ସାହିବଜାଦା ଫରହାନ । ଆଉ ଫରହାନଙ୍କ ଏଭଳି ଆଚରଣ ବିରୋଧରେ ବିସିସିଆଇ ICC (ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ) ନିକଟରେ ଅଭିଯୋଗ ଦାଖଲ କରିଛି । ହାରିସ୍ ରୌଫଙ୍କ ବିରୋଧରେ ମଧ୍ୟ ଆଇସିସି ନିକଟରେ ଅଭିଯୋଗ କରିଛି ବିସିସିଆଇ । ଭାରତ ବିପକ୍ଷ ମ୍ୟାଚ୍ ସମୟରେ ରୌଫ ଦର୍ଶକଙ୍କୁ ଦେଖି ଇଙ୍ଗିତ କରିଥିଲେ । କେବଳ ଏତିକି ନୁହେଁ, ସେ ତାଙ୍କ ହାତରେ ଏକ ବିମାନ ଖସି ପଡ଼ୁଥିବାର ନକଲ ମଧ୍ୟ କରିଥିଲେ । ଆଉ ଏଭଳି ଆଚରଣ ପରେ ବିସିସିଆଇ ହାରିସ୍ ରୌଫଙ୍କ ବିରୋଧରେ ଆଇସିସି ନିକଟରେ ଅଭିଯୋଗ କରିଛି । ଯଦି ଉଭୟ ପାକିସ୍ତାନୀ ଖେଳାଳି ସେମାନଙ୍କର ଭୁଲ୍ ସ୍ୱୀକାର କରନ୍ତି, ତେବେ ରିଚି ରିଚାର୍ଡସନ ସେମାନଙ୍କ ବିରୋଧରେ ଜୋରିମାନା ଲଗାଇବେ । ନଚେତ୍, ରିଚାର୍ଡସନଙ୍କ ଅଧ୍ୟକ୍ଷତାରେ ଏକ ଆନୁଷ୍ଠାନିକ ତଦନ୍ତ କରାଯିବ । ପିସିବି ଅଧିକାରୀମାନେ ମଧ୍ୟ ଏହି ତଦନ୍ତର ଅଂଶ ହେବେ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here