କେନ୍ଦ୍ର ସରକାରଙ୍କ ଦ୍ୱାରା ମଙ୍ଗଳବାର ସାତଟି ରାଜ୍ୟର ରାଜ୍ୟପାଳଙ୍କୁ ବଦଳ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାତଟି ନୂଆ ରାଜ୍ୟପାଳଙ୍କ ନାମ ଘୋଷଣା କରିଛନ୍ତି ।

ସୂଚନା ଅନୁଯାୟୀ, ସତ୍ୟପାଲ ମଲ୍ଲିକ ଜମ୍ମୁ ଓ କାଶ୍ମୀରର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି । ସେ ପୂର୍ବରୁ ବିହାରର ରାଜ୍ୟପାଳ ଭାବେ କାର୍ଯ୍ୟରତ ଥିଲେ । ଲାଲ୍ ଜୀ ଟଣ୍ଡନଙ୍କୁ ବିହାରର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । 1959 ବ୍ୟାଚର ପୂର୍ବତନ ଆଇଏଏସ୍ ନରିନନ୍ଦ୍ର ନାଥ ବୋହରା ଏପର୍ଯ୍ୟନ୍ତ ଜମ୍ମୁ ଓ କାଶ୍ମୀରର ରାଜ୍ୟପାଳ ଦାୟିତ୍ୱରେ ଥିଲେ । ସତ୍ୟଦେବ ନାରାୟଣ ଆର୍ଯ୍ୟ, ହରିୟାଣାର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇବେ । ବେବି ରାଣୀ ମୋର୍ଯ୍ୟ ଉତ୍ତରାଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ ହେଇଛନ୍ତି ।

ମେଘାଳୟର ରାଜ୍ୟପାଳ ଗଙ୍ଗା ପ୍ରସାଦଙ୍କୁ ବଦଳି କରାଯାଇ ସିକ୍କିମର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ତ୍ରିପୁରାର ରାଜ୍ୟପାଳ ତଥାଗତ ରାୟଙ୍କୁ ମେଘାଳୟର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । କପ୍ତାନ ସିଂ ସୋଲାଙ୍କିଙ୍କୁ ତ୍ରିପୁରା ଦାୟିତ୍ୱ ଦିଆଯାଇଛି । ସେ ପୂର୍ବରୁ ହରିୟାଣାର ରାଜ୍ୟପାଳ ଥିଲେ ।

LEAVE A REPLY

Please enter your comment!
Please enter your name here