ଅଳିଆରୁ ଏବେ ଏନର୍ଜି ଓ କୋଇଲା ପ୍ରସ୍ତୁତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ପୁରୁଣା ଭୁବନେଶ୍ୱରରେ ବିଏମସି ଆୟୋଜିତ “ସ୍ୱଚ୍ଛତା ହିଁ ସେବା” କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, ଗୃହ ଓ ନଗର ଉନ୍ନୟନ ବିଭାଗ ଏହା ନେଇ କାମ କରୁଛି । ସେଥିପାଇଁ ସ୍ୱଚ୍ଛ ସର୍ବେକ୍ଷଣରେ ଭୁବନେଶ୍ୱରକୁ ପ୍ରଥମ ସ୍ଥାନ ଆଣିବାରେ ବିଏମସିକୁ ଆହୁରି ପ୍ରୟାସୀ ହେବାକୁ ସୁଚିତ କରିଛନ୍ତି । ଭୁବନେଶ୍ୱର କର୍ପୋରେସନ ଅଞ୍ଚଳରୁ ପ୍ରତିଦିନ ୮୦୦ ଟନ ଅଳିଆ ବାହାରୁଛି। ଯେଉଁଥିରେ ୪୦୦ ଟନ ଓଦା ଏବଂ ୩୯୦ ଟନ ପାଖାପାଖି ଶୁଖିଲା ଅଳିଆ ବାହାରୁଛି। ଯାହାକୁ ବିଭିନ୍ନ ପଦ୍ଧତିରେ ଡି-ସେଣ୍ଟ୍ରାଲାଇଜଡ୍ କରିବା ପାଇଁ ସ୍ୱତନ୍ତ୍ର ଭାବେ SHG ମାଆମାନଙ୍କୁ ଟ୍ରେନିଂ ଦିଆଯାଇଛି। ସହର ବୃଦ୍ଧି ସାଙ୍ଗକୁ ଅଳିଆ ସମସ୍ୟା ମଧ୍ୟ ବଢୁଛି। ଯାହାକୁ ନଜରରେ ରଖି ଭୁବନେଶ୍ୱର ମହାନଗର ନିଗମ ୱେଷ୍ଟ୍ ଟୁ ଏନର୍ଜି ପ୍ଲାଣ୍ଟ, ବାୟୋଗ୍ୟାସ କମ୍ପୋଷ୍ଟିଙ୍ଗ ପ୍ଲାଣ୍ଟ ଏବଂ ୱେଷ୍ଟ୍ ଟୁ ବ୍ରିକେଟ ବା ଚାରକୋଲ ପ୍ଲାଣ୍ଟ ନିର୍ମାଣ ପାଇଁ ଚିନ୍ତା କରାଯାଉଛି । ବାୟୋଗ୍ୟାସ କମ୍ପୋଷ୍ଟିଂ ପ୍ଲାଣ୍ଟ ପାଇଁ ଭୁବନେଶ୍ୱର ମହାନଗର ନିଗମ ଟେଣ୍ଡର କରିସାରିଥିବାବେଳେ ୱେଷ୍ଟ୍ ଟୁ ବ୍ରିକେଟ ବା ଚାରକୋଲ ପ୍ଲାଣ୍ଟ ପାଇଁ ଆମେ ପ୍ରସ୍ତୁତ ହେଉଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ପଳାଶୁଣୀରେ ଏହି ପ୍ଲାଣ୍ଟ ନିର୍ମାଣ ହେବ। ନିଷ୍ପତିର ୬ ମାସ ମଧ୍ୟରେ ପ୍ଲାଣ୍ଟ କାମ ସାରିବାକୁ ଲକ୍ଷ୍ୟ ରହିଛି। ଭୁବନେଶ୍ୱର, କଟକ, ପୁରୀ, ଜଟଣୀ ଭଳି ପ୍ରମୁଖ ମୁନିସିପାଲିଟିରୁ ବାହାରୁ ଥିବା ସମସ୍ତ ଅଳିଆକୁ ଗୋଟିଏ ଜାଗାରେ ପ୍ରୋସେସ୍ କରିବାରର ଯୋଜନା ରହିଛି।

LEAVE A REPLY

Please enter your comment!
Please enter your name here