ଚନ୍ଦ୍ରପୃଷ୍ଠରେ ଦୁଇଭାଇ ଠିକଠାକ୍ ଅଛନ୍ତି । ଇସ୍ରୋ ପଠାଇଥିବା ଲ୍ୟାଣ୍ଡର ବିକ୍ରମ ଓ ପ୍ରଜ୍ଞାନ ରୋଭର୍ । ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ପରଠାରୁ ବିକ୍ରମ ଲ୍ୟାଣ୍ଡର ପ୍ରଜ୍ଞାନର ଗତିବିଧି ଉପରେ ଫଟୋ ଉତ୍ତୋଳନ କରି ପଠାଉଥିଲା । ମାତ୍ର ପ୍ରଜ୍ଞାନ ପ୍ରଥମ ଥର ପାଇଁ ବିକ୍ରମର ଫଟୋ ପଠାଇଥିବା ସୂଚନା ଦେଇଛି ଇସ୍ରୋ । ଅର୍ଥାତ ଉଭୟ ବିକ୍ରମ ଓ ପ୍ରଜ୍ଞାନ ସଫଳତାର ସହ କାର୍ଯ୍ୟରେ ଲାଗିଛନ୍ତି । ପ୍ରଜ୍ଞାନ ରୋଭର୍ ଚନ୍ଦ୍ରପୃଷ୍ଠରେ ସଲଫରର ସନ୍ଧାନ ଦେବା ପରେ ଏହି ଫଟୋ ପଠାଇଛି । ଏପର୍ଯ୍ୟନ୍ତର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠର ଦକ୍ଷିଣମେରୁରେ ଆଲୁମିନିଅମ, କ୍ରୋମିଅମ, ଆଇରନ, ଟିଟାନିୟମ, ମାଙ୍ଗାନିଜ, ଅକ୍ସିଜେନ ଥିବାର ତଥ୍ୟ ପ୍ରଦାନ କରିସାରିଛି । ଚନ୍ଦ୍ରପୃଷ୍ଠରେ ମାଟିର ଗଠନ ଏବଂ ମାଟିତଳେ ଥିବା ଉପାଦାନ ସଂପର୍କରେ ଗବେଷଣା ଜାରି ରଖିଛି ପ୍ରଜ୍ଞାନ ।

LEAVE A REPLY

Please enter your comment!
Please enter your name here