ଏବେ ମହାକାଶକୁ ଯିବ ଓଡ଼ିଶା ରୋବର୍ଟ “ବ୍ୟୋମମିତ୍ର” । “ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଟୁଲ୍ ରୁମ୍ ଏଣ୍ଡ୍ ଟ୍ରେନିଂ ସେଣ୍ଟର୍ ଏହାକୁ ତିଆରି କରିଛି । ବ୍ୟୋମମିତ୍ରକୁ ଦୀର୍ଘ 4 ମାସ ହେବ ସିଟିଟିସି ତିଆରି କରିଛି । ସେଥିପାଇଁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ର “ଗଗନଯାନ” ମିଶନରେ ଓଡ଼ିଶା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଗଗନଯାନ ମିଶନରେ ମାନବ ମହାକାଶଚାରୀ ପଠାଯିବା ପୂର୍ବରୁ, ବ୍ୟୋମମିତ୍ରକୁ ଏକ ମାନବ ବିହୀନ ପରୀକ୍ଷାମୂଳକ ଭାବେ ମହାକାଶକୁ ପଠାଯିବ । ମହାକାଶ ପରିବେଶରେ ମାନବକାର୍ଯ୍ୟକୁ ଅନୁକରଣ କରିବା ପାଇଁ ଡିଜାଇନ୍ କରାଯାଇଛି । ଏହି ମାନବୀୟ ପଦାର୍ଥ ମଡ୍ୟୁଲ୍ ପାରାମିଟରଗୁଡ଼ିକୁ ନିରୀକ୍ଷଣ କରିବା, ସତର୍କତା ଜାରି କରିବା ଏବଂ ଜୀବନ-ସହଯୋଗ କାର୍ଯ୍ୟ ସମ୍ପାଦନ କରିବା ପାଇଁ ପ୍ରୋଗ୍ରାମ କରାଯାଇଛି ।

LEAVE A REPLY

Please enter your comment!
Please enter your name here