ରଥଯାତ୍ରା ସାରି ଶ୍ରୀମନ୍ଦିରକୁ ବାହୁଡିଛନ୍ତି ମହାପ୍ରଭୁ । ଭାଇ, ଭଉଣୀଙ୍କୁ ସାଥିରେ ଧରି ରତ୍ନବେଦୀରୁ ଜନ୍ମବେଦିକୁ ଯାତ୍ରା କରିବା ଏବଂ ଜନ୍ମବେଦିରୁ ଫେରିବା ବାଟରେ ମାଉସୀ ଘରେ ପୋଡପିଠା ଖାଇବା, ରଥ ଉପରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବା, ଅଧରପଣା ଏବଂ ଅଭିମାନିନୀ ଲକ୍ଷ୍ମୀଙ୍କୁ ମନେଇ ନୀଳାଦ୍ରୀ ବିଜେ କରିଛନ୍ତି କାଳିଆ ଠାକୁର । ଆଜି ସଂଧ୍ୟାରୁ ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସେବାୟତମାନେ ରତ୍ନବେଦୀକୁ ନେଇ ଯାଇଥିଲେ । ଆସନ୍ତାକାଲିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତମାନେ । ସେହିପରି ରଥଯାତ୍ରା ବନ୍ଦ ଥିବା ନୀଳାଚଳ ଅବଢା ଆସନ୍ତାକାଲି ଠାରୁ ଭକ୍ତମାନେ ପାଇବେ ।

LEAVE A REPLY

Please enter your comment!
Please enter your name here