ଆଫଗାନିସ୍ତାନର ତାଲିବାନୀ ସେନା ପାକିସ୍ତାନ ଉପରେ ଘନ ଘନ ଆକ୍ରମଣ କରୁଛି। ପାକିସ୍ତାନର କାବୁଲ ଚେକ୍ ପୋଷ୍ଟ ଉପରେ ହୋଇଥିବା ଆକ୍ରମଣ ପରେ, ତାଲିବାନ ସେନା ଆକ୍ରମଣକୁ ତୀବ୍ର କରିଛି। ଆକ୍ରମଣରେ ୫୮ରୁ ଅଧୂକ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଛି ଏବଂ ୩୦ରୁ ଅଧିକ ଆହତ ହୋଇଛନ୍ତି। ହେଲମାଣ୍ଡ, ପାକଟିଆ, କୁନାର ଓ ନାଙ୍ଗରହରର ଚେକ୍ ପୋଷ୍ଟଗୁଡ଼ିକ ଉପରେ ଏହି ଆକ୍ରମଣ ହୋଇଛି। ଦୁଇଟି ପାକିସ୍ତାନୀ ଆଉଟ ପୋଷ୍ଟ ଧ୍ବଂସ ହୋଇଥିବା ଦାବି କରିଛି ତାଲିବାନୀ ସେନା । ତେବେ ଆଫଗାନିସ୍ତାନ ପାକିସ୍ତାନ ସୀମାରେ ଉତ୍ତେଜନା ବଢିବା ପରେ ଦୁଇ ଦେଶର ସୀମାବର୍ତ୍ତୀ ଅଂଚଳରେ ରହୁଥିବା ଶରଣାର୍ଥୀ ମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସୀମା ଅଂଚଳରେ ସଂଘର୍ଷ କାରଣରୁ ଅସୁରକ୍ଷିତ ସ୍ଥିତି ସୃଷ୍ଟି ହେବା ସହିତ ସମସ୍ତ ପ୍ରକାର ବ୍ୟବସାୟ ବନ୍ଦ ରହିଛି ।

LEAVE A REPLY

Please enter your comment!
Please enter your name here