ଓଡ଼ିଶା ଢେଙ୍କାନାଳର ପ୍ରୀତିସ୍ମିତା ଭୋଇ ପୁଣି ଥରେ ଦେଶକୁ ଗୌରବାନ୍ବିତ କରିଛନ୍ତି। ଢେଙ୍କାନାଳର ଏହି ପ୍ରତିଭାଶାଳୀ ଖେଳାଳି ବାହାରିନରେ ଆୟୋଜିତ 3rd ଏସିଆନ୍ ୟୁଥ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତି ନୂତନ ଏସିଆନ୍ ଓ ବିଶ୍ବ ରେକର୍ଡ ସୃଷ୍ଟି କରିଛନ୍ତି। ପ୍ରୀତିସ୍ମିତା ମୋଟ୍ 158 କିଲୋଗ୍ରାମ୍ ଓଜନ ଉଠାଇଥିଲେ, ଯେଉଁଥିରେ 92 କିଲୋଗ୍ରାମ୍ କ୍ଲିନ୍ ଏଣ୍ଡ ଜର୍କରେ ତାଙ୍କ ଉପଲବ୍ଧି ନୂତନ ବିଶ୍ବ ଓ ଏସିଆନ୍ ରେକର୍ଡ ସୃଷ୍ଟି କରିଛି। ସେ ୱେଟଲିଫ୍ଟିଂ ହାଇ ପରଫରମାନ୍ସ ସେଣ୍ଟରର କୋଚ୍ ଗୋପାଳ ଚନ୍ଦ୍ର ଦାସଙ୍କ ପାଖରୁ ଟ୍ରେନିଂ ନେଇଛନ୍ତି ଏବଂ କଳିଙ୍ଗ ଷ୍ଟାଡିୟମରେ ସେ ଅଭ୍ୟାସ କରୁଥିଲେ। ଗତବର୍ଷ ପ୍ରୀତିସ୍ମିତା ପେରୁରେ ଆୟୋଜିତ ବିଶ୍ବ ଯୁବ ଚାମ୍ପିଅନସିପର ମହିଳା 40 କିଲୋଗ୍ରାମ୍ ବର୍ଗରେ ସ୍ବର୍ଣ୍ଣ ପଦକ ଜିତି ଭାରତ ପାଇଁ ଇତିହାସ ଗଢ଼ିଥିଲେ। ସେହି ସମୟରେ ମଧ୍ୟ ପ୍ରୀତିସ୍ମିତା କ୍ଲିନ୍ ଏଣ୍ଡ ଜର୍କରେ ବିଶ୍ବ ରେକର୍ଡ କରିଥିଲେ |

LEAVE A REPLY

Please enter your comment!
Please enter your name here