ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୨ ତମ ଜୟନ୍ତୀ ପାଳୁଛି ସାରା ଦେଶ । ଅକ୍ଟୋବର ୨, ୧୮୬୯ ମସିହା ଗୁଜୁରାଟର ପୋରବନ୍ଦର ସହରରେ ଜନ୍ମ ହୋଇଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ । ପିତା କରମ ଚାନ୍ଦ ଗାନ୍ଧୀ । ଜନ୍ମ ପୋର ବନ୍ଦରରେ ହୋଇଥିଲା କିନ୍ତୁ ପାଠ ପଢିଥିଲେ ରାଜକୋଟରେ । ୯ ବର୍ଷ ବୟସରେ ସେ ସ୍କୁଲ ଗଲେ । ୧୩ ବର୍ଷ ବୟସରେ ବାପୁ କସ୍ତୁରିବାଙ୍କୁ ବିବାହ କରିଥିଲେ । ଅହମଦାବାଦରେ ହାଇସ୍କୁଲ ପଢା ତା ପରେ ଲଣ୍ଡନରେ ଓକିଲାତି । ଲଣ୍ଡନରେ ପାଠପଢି ଭାରତ ଫେରିଲେ । ଆଉ ତାପରେ ଚାକିରି ପାଇଁ ଦକ୍ଷିଣ ଆଫ୍ରିକା ଯାତ୍ରା । ଦକ୍ଷିଣ ଆଫ୍ରିକାର ବର୍ଣ୍ଣ ବିଦ୍ବେଶ ତାଙ୍କୁ ଭାରତୀୟ ସ୍ବାଧୀନତା ସଂଗ୍ରାମ ପାଇଁ ବାଟ କଢେଇ ନିଏ । ଗୋପାଳ କୃଷ୍ଣ ଗୋଖଲେଙ୍କ ପ୍ରରୋଚନାରେ ଦେଶ ପାଇଁ ସମର୍ପି ହୁଏନ୍ତି ମୋହନ ଦାସ କରମଚାନ୍ଦ ଗାନ୍ଧୀ । ପାଲଟି ଯାଆନ୍ତି ଗାନ୍ଧୀଜୀ, ଆମ ସମସ୍ତଙ୍କର ପ୍ରିୟ ବାପୁ । ଭାରତୀୟ ରାଜନୀତିରେ ଗାନ୍ଧିଜୀଙ୍କ ପ୍ରବେଶ ଭାରତ ମୁକ୍ତି ସଂଗ୍ରାମକୁ ଏକ ନୂଆ ମୋଡ଼ ଦେଇଥିଲା । ଏହି ସଂଗ୍ରାମରେ ସେ ସତ୍ୟ ଓ ଅହିଂସା ଉପରେ ଆଧାରିତ ନୂତନ ଅସ୍ତ୍ର ସତ୍ୟାଗ୍ରହର ପ୍ରବର୍ତ୍ତନ କରିଥିଲେ । ନୋବେଲ ଶାନ୍ତି ପୁରସ୍କାର ପାଇଁ ଗାନ୍ଧୀଙ୍କୁ ୫ ଥର ଚୟନ କରାଯାଇଥିଲା । ୪ ଦେଶ ଓ ୪ ମହାଦେଶରେ ନାଗରିକ ଅଧିକାର ପାଇଁ ସେ ଲଢ଼ିଥିଲେ । ସହିଦ ହେବାର ୨୧ ବର୍ଷ ପରେ ଗାନ୍ଧୀଜୀଙ୍କ ସମ୍ମାନାର୍ଥେ ଗ୍ରେଟ ବ୍ରିଟେନ ପକ୍ଷରୁ ଡାକ ଟିକେଟ ପ୍ରଚଳନ ଆରମ୍ଭ ହୋଇଥିଲା । ଜୀବନ କାଳରେ ଗାନ୍ଧୀଜୀଙ୍କ ହାରାହାରି ଦୈନିକ ପଦଯାତ୍ରା ଥିଲା ୧୮ କିଲୋମିଟର ଯାହା ୨ ଥର ବିଶ୍ୱ ଭ୍ରମଣ ପାଇଁ ଯଥେଷ୍ଟ । ମହାତ୍ମା ଗାନ୍ଧୀଙ୍କ ନାମରେ ଭାରତରେ ଓ ବିଦେଶରେ ୪୮ଟି ମୁଖ୍ୟରାସ୍ତା ଲୋକାର୍ପିତ ହୋଇଛି ।

LEAVE A REPLY

Please enter your comment!
Please enter your name here