ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ସି ଜିନପିଙ୍ଗଙ୍କ ମଧ୍ୟରେ ସାକ୍ଷାତର ଫାଇଦା ଚୀନକୁ ମିଳିଛି । ଟ୍ରମ୍ପ ଚୀନ ଉପରେ ଲାଗିଥିବା ଟାରିଫ ୧୦ ପ୍ରତିଶତ କମ କରିବା ଘୋଷଣା କରିଛନ୍ତି। ସେପଟେ ରୁଷ ତେଲର ପ୍ରମୁଖ ଗ୍ରାହକ ଭାବେ ଚୀନକୁ ଟ୍ରମ୍ପ ଆଶ୍ବସ୍ତି ଦେଇଛନ୍ତି। ଏହି ଘୋଷଣା ପରେ ଭାରତ ଉପରେ ଲାଗିଥିବା ଟାରିଫକୁ ନେଇ ମଧ୍ୟ ଶୀଘ୍ର ଆମେରିକା ପକ୍ଷରୁ ନୂତନ ପଦକ୍ଷେପ ଆସିପାରେ ବୋଲି ଆଶା କରାଯାଉଛି।ବୁସାନରେ ଜିନପିଙ୍ଗଙ୍କ ସହିତ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ବୈଠକ ଚାଲିଥିଲା । ଦୁଇ ନେତାଙ୍କ ମଧ୍ୟରେ ପାଖାପାଖି ୧୦୦ ମିନିଟ୍ ଧରି ବୈଠକ ଚାଲିଥିଲା । ବୈଠକ ପରେ ଟ୍ରମ୍ପ କହିଛନ୍ତି ଯେ ଆଲୋଚନା ସକରାତ୍ମକ ରହିଛି। ଦୁଇ ଦେଶ ମଧ୍ୟରେ ଏହା ଏକ ଚମତ୍କାର ମିଟିଂ ଥିଲା । ଏହା ଉପରେ ସହମତ ପ୍ରକାଶ ପାଇଛି ଯେ, ରାଷ୍ଟ୍ରପତି ସି ଜିନପିଙ୍ଗ ଫେଣ୍ଟାନିଲ ଉପରେ ରୋକ୍ ପାଇଁ ବହୁତ ପରିଶ୍ରମ କରିବେ । ଚୀନ ଆମେରିକାର ସୋୟାବିନ କ୍ରୟ ନେଇ ଶୀଘ୍ର ପଦକ୍ଷେପ ନେବ । ଅନ୍ୟପଟେ ଆମେରିକା ଚୀନ ଉପରେ ଲଗାଇଥିବା ୫୭ ପ୍ରତିଶତ ଟାରିଫକୁ କମ କରାଯାଇ ୪୭ ପ୍ରତିଶତ କରାଯିବ । ଟ୍ରମ୍ପ ଗୁରୁବାର କହିଛନ୍ତି, ବୈଠକକୁ ନେଇ ବହୁତ ସକରାତ୍ମକ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here