ଗାଡି ଚାଳକଙ୍କ ପାଇଁ ଖୁସି ଖବର. ଦିଲ୍ଲୀର ପରିବହନ ବିଭାଗ ସବୁ ସେବା ଗୁଡିକୁ ଅନଲାଇନ କରିବା ପାଇଁ ନିଷ୍ପତି ନେଇଛି. ଯଥା ଲର୍ନିଂ ଲାଇସେନ୍ସ ଓ ପରମାନେଣ୍ଟ ଲାଇସେନ୍ସକୁ ମଧ୍ୟ ଅନଲାଇନ୍ କରିଦିଆଯିବ. ଯାହାଫଳରେ ଗାଡିଚାଳକମାନଙ୍କୁ ବାରମ୍ବାର ଆରଟିଓ ଅଫିସର ଚକ୍କର କାଟିବାକୁ ପଡିବନି. କେବଳ ଏତିକି ନୁହେଁ ପରିବହନର କୌଣସି କାମ ଆଉ ମାନୁଆଲ କରାଯିବନାହିଁ ବୋଲି ସୂଚନା ଦିଆଯାଇଛି. ତେବେ ଦିଲ୍ଲୀ ହେଉଛି ପ୍ରଥମ ୟୁନିୟନ ଟେରିଟୋରୀ ଯେଉଁଠି ପରିବହନ ବିଭାଗର ସବୁ କାର୍ଯ୍ୟ ଅନଲାଇନ୍ ହେଇଯିବ. ତେବେ ଏ ପର୍ଯ୍ୟନ୍ତ ଏଭଳି ବ୍ୟବସ୍ଥା ଦେଶର ଆଉ  କୌଣସି ରାଜ୍ୟରେ ଆରମ୍ଭ ହୋଇନାହିଁ. ରିପୋର୍ଟ ଅନୁସାରେ, ପରିବହନ ମନ୍ତ୍ରୀ କୈଳାସ ଗହଲୋତ ଏହି ବ୍ୟବସ୍ଥାକୁ 1 ଅକ୍ଟୋବରରୁ ଲାଗୁ କରିବାର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି. 1 ଅକ୍ଟୋବରରୁ ସବୁ ଆରଟିଓ ଅଫିସରେ ଫର୍ମ ଓ ଫିସ୍ କୁ ମଧ୍ୟ ଅନଲାଇନ୍ ରେ ଜମା କରିବାର ସୁବିଧା ଉପଲବ୍ଧ ହେବ ଅର୍ଥାତ ଆବେଦନକାରୀମାନେ ହାର୍ଡ କପିକୁ ଜମା କରିବେ ନାହିଁ. କେବଳ ଏତିକି ନୁହେଁ, ଯଦି  କୌଣସି ବ୍ୟକ୍ତିଙ୍କୁ ଫର୍ମ ଦାଖଲ କରିବାରେ ଅସୁବିଧା ହୁଏ ତାହାଲେ ସେମାନଙ୍କ ସାହାଯ୍ୟ ନିମନ୍ତେ ଆରଟିଓ ଅଫିସରେ ସ୍ୱତନ୍ତ୍ର ହେଲ୍ପ ଡେସ୍କ୍ ର ସୁବିଧା ମଧ୍ୟ ରହିବ.

LEAVE A REPLY

Please enter your comment!
Please enter your name here