ପାକିସ୍ତାନ ଦାବି କରୁଥିଲା ଯେ ଭାରତୀୟ ସେନା ଆମର କୌଣସି ବିମାନ ନଷ୍ଟ କରି ନାହାନ୍ତି । ପିଓକରେ ଖସି ପଡ଼ିଥିବା ଭଗ୍ନ ବିମାନକୁ ପାକିସ୍ତାନୀ ସେନା ଭାରତର ମିଗ ବୋଲି ଦାବି କରୁଥିଲା । ମାତ୍ର ଏହି ଖଣ୍ଡ ବିଖଣ୍ଡିତ ବିମାନଟି ଏଫ ୧୬ ବୋଲି ଜଣା ପଡିଛି । ପାକିସ୍ତାନ ଅଧିକୃତ କାଶ୍ମୀରରେ ପଡ଼ିଥିବା ଏହାର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ସମାଚାର ଏଜେନ୍ସି ଏଏନଆଇ ମୁତାବକ ପାକିସ୍ତାନୀ ଲଢୁଆ ବିମାନ ଏଫ ୧୬ର ବିଖଣ୍ଡିତ ଅଂଶ ପିଓକରେ ଠାବ କରାଯାଇଛି । ବୁଧବାର ବାୟୁସେନା ଏହି ବିମାନକୁ ମାରି ଖସାଇ ଦେଇଥିଲେ । ଭଗ୍ନ ବିମାନ ପାଖରେ ପାକିସ୍ତାନର ୭ ଉତ୍ତରି ପାଇଲଟ ଇନଫ୍ରେଣ୍ଟିର କମାଣ୍ଡିଙ୍ଗ ଅଫିସର ଉପସ୍ଥିତ ଥିବା ନଜର ଆସୁଛନ୍ତି । ପାକିସ୍ତାନୀ ବାୟୁସେନା ଏବେ ସ୍ଵୀକାର କରିଛନ୍ତି ଯେ, ଏହି ବିମାନ ତାଙ୍କର, ଯାହାକୁ ଭାରତ ମାରି ତଳେ ପକାଇ ଦେଇଥିଲା । ବୁଧବାର ପାକିସ୍ତାନର ୧୦ଟି ଏଫ-୧୬ ଲଢୁଆ ବିମାନ ଜରିଆରେ ଭାରତୀୟ ସୈନ୍ୟ ପ୍ରତିଷ୍ଠାନକୁ ଟାର୍ଗେଟ୍ କରିବାକୁ ଉଦ୍ୟମ କରିଥିଲେ . ମାତ୍ର ଭାରତୀୟ ବାୟୁସେନା ସେମାନଙ୍କୁ ପଛକୁ ଫେରିବା ପାଇଁ ବାଧ୍ୟ କରିବା ସହ ଗୋଟିଏ ଏଫ-୧୬କୁ ମଧ୍ୟ ମାରି ଖସାଇ ଦେଇଥିଲେ।

LEAVE A REPLY

Please enter your comment!
Please enter your name here