ଏକ ମାସ ପରେ ଗିରଫ ହେଲା ପୋଲିସ ଏସଆଇ ପରୀକ୍ଷା ଦୁର୍ନୀତିର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି । ପୋଲିସ ଏସଆଇ ନିଯୁ୍‌କ୍ତି କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚକୁ ମିଳିଛି ବହୁତ ବଡ ସଫଳତା । କ୍ରାଇମବ୍ରାଞ୍ଚ ନେପାଳ ସୀମା ଉତ୍ତରାଖଣ୍ଡରୁ ଗିରଫ କରିବା ପରେ ରବିବାର ଭୁବନେଶ୍ୱରରେ ପହଞ୍ଚିଲା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି। ଶଙ୍କର ପୃଷ୍ଟିକୁ ଗିରଫ ସହ ଏକ ଫଚ୍ୟୁନର କାର୍‌ ମଧ୍ୟ ଜବତ କରିଛି କ୍ରାଇମବ୍ରାଞ୍ଚ।

କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ କରିବା ପରେ ଶଙ୍କର ପୃଷ୍ଟି ଗଣମାଧ୍ୟମକୁ କହିଛି ଯେ ମୋ ଉପରେ ଲଗାଯାଇଥିବା ଅଭିଯୋଗ ମିଥ୍ୟା । ମୁଁ କେଉଁଠି ଲୁଚିନଥିଲି, ଆଇନଗତ ଭାବେ ଲଢ଼ୁଛି । ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛି । ଗିରଫ ଅଭିଯୁକ୍ତମାନଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ । ପୋଲିସ ଏସ୍ଆଇ ପରୀକ୍ଷା ନିଯୁକ୍ତି ଘୋଟାଲାରେ ଶଙ୍କର ପୃଷ୍ଟୀ ଥିଲା ମାଷ୍ଟର ମାଇଣ୍ଡ ସେ ଦୀର୍ଘଦିନ ହେବ ଫେରାର ଥିଲା । ଏହି ଘଟଣାର ପର୍ଦ୍ଦାଫାସ ହେଲା ପରେ ଶଙ୍କର ନେପାଳ ପଳାଇ ଥିଲା। ନେପାଳରୁ ସେ ଉତ୍ତରାଖଣ୍ଡର ଚମ୍ପାବତକୁ ଆସି ଜାମିନ ପାଇଁ ଜଣେ ଓକିଲଙ୍କ ସହ ଯୋଗାଯୋଗ କରିଥିଲା। ଆଉ ଏହାପରେ ଶଙ୍କର ଦିଲ୍ଲୀରେ ଡେରା ପକାଇଥିବା କ୍ରାଇମବ୍ରାଞ୍ଚର ସୂଚନା ପାଇ ତାଙ୍କୁ ନେପାଳ ସୀମାରୁ କାବୁ କରିଥିଲେ । ଏହି ମାମଲାରେ ପୂର୍ବରୁ କ୍ରାଇମବ୍ରାଞ୍ଚ ୧୨୦ ରୁ ଅଧିକଙ୍କୁ ଗିରଫ କରିସାରିଛି । ଏବେ ମୁଖ୍ୟ ଅଭିଯୁକ୍ତ ଗିରଫ ପରେ ଆହୁରି ଅଧିକ ତଥ୍ୟ ହାସଲ କରିବ ବୋଲି ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here