ଏସଆଇ ଚାକିରି ଦୁର୍ନୀତିର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଧରାପଡ଼ିବା ପରେ କରିଛି ବଡ଼ ଖୁଲାସା । ଭୁବନେଶ୍ୱରରେ ପହଞ୍ଚିବା ପରେ ଦେଇଛି ଚାଞ୍ଚଲ୍ୟକର ବୟାନ । କହିଲା ବିଜେଡି ସରକାର ସମୟରେ ହୋଇଥିଲା ବଡ଼ ଷଡ୍‌ଯନ୍ତ୍ର । ବିଜେଡି ଶାସନରେ ହୋଇଥିଲା ୧୦୦୦ କୋଟିର ଡିଲ । ଶଙ୍କର ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ ଆହୁରି ମଧ୍ୟ କହିଛି, ‘ମୁଁ କେବେ ଲୁଚିନଥିଲି, ଆଇନଗତ ଭାବେ ଲଢ଼ୁଥିଲି । ଆଗୁଆ ବେଲ ପାଇଁ ହାଇକୋର୍ଟରେ ଫାଇଲ୍ କରିଥିଲି, ସୁପ୍ରିମକୋର୍ଟରେ ମଧ୍ୟ ଫାଇଲ୍ କରିଥିଲି । ଗୋଟିଏ ମାସ ସମୟ ଦେଇଥିଲେ ମୁଁ ନିଜେ ସରେଣ୍ଡର କରିଥାନ୍ତି । ମୋ ପତ୍ନୀଙ୍କ ନାଁରେ କୌଣସି କେସ୍‌ ନାହିଁ । ଗିରଫ ହୋଇଥିବା ଆଶୟୀଙ୍କ ସହ ମୋର କିଛି ଯୋଗାଯୋଗ ମଧ୍ୟ ନାହିଁ । ଶଙ୍କର ପୃଷ୍ଟିର ଏପରି ବୟାନ ପରେ, ଏବେ ପ୍ରଶ୍ନ ଉଠୁଛି ବିଜେଡି ଶାସନରେ କିଏ କରିଥିଲା ହଜାରେ କୋଟିର ଡିଲ୍ ? ଏସଆଇ ପରୀକ୍ଷା କେଳେଙ୍କାରୀ ପଛରେ ବଡ଼ ବିଜେଡି ଲିଙ୍କ୍ ଥିବା ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here