ଦୁନିଆରେ ଯଦି ପିଲାକୁ କେହି ନିଃସ୍ୱାର୍ଥପର ଭାବେ ଭଲପାଆନ୍ତି ଓ ଯତ୍ନ ନିଅନ୍ତି ସେ ହେଉଛନ୍ତି ବାପା ମା । ଦରକାର ପଡ଼ିଲେ ବାପାମା ନିଜ ପିଲା ପାଇଁ ଜୀବନ ବି ଦେଇପାରନ୍ତି । କିନ୍ତୁ ଏବେ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ଅତ୍ୟନ୍ତ ସମ୍ବେଦନଶୀଳ । ନିଜର ସଉକ ପାଇଁ ଜଣେ ଛୋଟ ପିଲାକୁ ବାପା ମା କେମିତି ବିପଦମୁହଁକୁ ଠେଲି ଦେଇପାରନ୍ତି ତାର ଏକ ନଗ୍ନ ଚିତ୍ର ଦିଘାରୁ ଆସିଛି । ସମୁଦ୍ରରେ ଉଭୟ ସ୍ୱାମୀ ସ୍ତ୍ରୀ ଗାଧୋଇବା ପାଇଁ ନିଜ ପିଲାକୁ କାର୍‌ ଭିତରେ ଅତି ବିପଦପୂର୍ଣ୍ଣଭାବେ ଲକ୍ କରି ପଲାଇ ଥିଲେ। ପିଲାଟି ଅଣନିଶ୍ୱାସୀ ହୋଇ ଛଟପଟ ହେବାରୁ କାରର ଲକ୍ ଭଙ୍ଗାଯାଇ ତାକୁ ଉଦ୍ଧାର କରାଯାଇଥିଲା। ପିଲାଟିର ବୟସ ୫ ବର୍ଷ ହେବ। ଅଳ୍ପକେ ତାର ଜୀବନ ବଞ୍ଚିଯାଇଛି। ସୂଚନା ଅନୁସାରେ ପଶ୍ଚିମବଙ୍ଗ କାମାରଗାଛି ଅଞ୍ଚଳର ସ୍ୱାମୀ ସ୍ତ୍ରୀ ନିଜ ୫ବର୍ଷର ଶିଶୁକୁ ନେଇ ଦୀଘା ବୁଲିବାକୁ ଆସିଥିଲେ। ତେବେ ବିଚରେ ଗାଡିକୁ ପାର୍କିଂ କରିବା ସହ ଶିଶୁଟିକୁ ଗାଡ଼ି ଭିତରେ ଲକ୍ କରି ଉଭୟେ ସମୁଦ୍ରକୁ ଗାଧୋଇବା ପାଇଁ ଚାଲି ଯାଇଥିଲେ। କିଛି ସମୟ ପରେ ଶିଶୁଟି ଗାଡ଼ି ଭିତରେ କାନ୍ଦୁଥିବା ସ୍ଥାନୀୟ ପର୍ୟ୍ୟଟକ ଦେଖିଥିଲେ। ଏନେଇ ପୁଲିସକୁ ଜଣାଇଥିଲେ। ଖବର ପାଇ ପୁଲିସ କାର କାଚ ଭାଙ୍ଗି ଶିଶୁଟିକୁ ଉଦ୍ଧାର କରିଥିଲା। କାର ଭିତରୋ ଶିଶୁଟି ଶ୍ୱାସରୁଦ୍ଧ ହୋଇ ପଡ଼ିଥିବାରୁ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣା ନେଇ ଶିଶୁର ବାପା ମାଆଙ୍କୁ କିଛି ସମୟ ପାଇଁ ଥାନାରେ ଅଟକ ରଖିଥିଲା ପୁଲିସ୍। ପରେ ଲିଖିତ ପ୍ରତିଶ୍ରୁତି ଦେବା ପରେ ସେମାନଙ୍କୁ ପୁଲିସ ଛାଡ଼ିଥିଲା ।

LEAVE A REPLY

Please enter your comment!
Please enter your name here