ବିଜେଡ଼ିକୁ ପୁଣି ଏକ ଶକ୍ତ ଧକ୍କା ଲାଗିଛି। ବିଜେପିରେ ମିଶିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ଆଇଟି ସେଲ୍ ଅଧ୍ୟକ୍ଷ ଓ ପୂର୍ବତନ ରାଜ୍ୟସଭା ସାଂସଦ ଓ ଦଳର ମୁଖପାତ୍ର ଅମର ପଟ୍ଟନାୟକ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ପ୍ରଭାରୀ ବିଜୟ ସିଂ ତୋମରଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି ଅମର ପଟ୍ଟନାୟକ। ଗୋଟେପଟେ ନବୀନ ନୂଆପଡ଼ା ନିର୍ବାଚନୀ ପ୍ରଚାରରେ ସାମିଲ ହୋଇଛନ୍ତି । ଅନ୍ୟପଟେ ଦଳର ବରିଷ୍ଠ ନେତା ବିଜେପିରେ ମିଶିବା ଦଳର ସଂଗଠନକୁ ଭାଙ୍ଗିଛି । ଅମରଙ୍କ ସହ ନୂଆପଡ଼ାର କିଛି ବିଜେଡି ନେତା ମଧ୍ୟ ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି । ୨୪ ନିର୍ବାଚନରେ ବିଜେଡି ହାରିବା ପରେ ଅନେକ ବରିଷ୍ଠ ନେତା ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ।














