ବର୍ତ୍ତମାନ କଣ୍ଠଶିଳ୍ପୀ ନେହା କକ୍କର ଓ ହିମାଶଂ କୋହଲୀଙ୍କୁ ନେଇ ବଲିଉଡ୍ ରେ ଚର୍ଚ୍ଚା ବେଶ୍ ଜୋର୍ ଧରିଛି. ଶେଷରେ ଏହି ଘନିଷ୍ଠ ସଂପର୍କ ଉପରୁ ପରଦା ହଟିଛି. ଏକ ରିୟଲିଟି ସୋ’ରେ ଜଜ୍ ର ଦାୟିତ୍ୱ ତୁଲାଉଥିବା ନେହା ଶେଷରେ ନିଜର ଭଲପାଇବାକୁ ସମସ୍ତଙ୍କ ଆଗରେ ପ୍ରକାଶ କରିଛନ୍ତି. ହିମାଶଂଙ୍କୁ ତାଙ୍କ ଜୀବନସାଥୀ କରିବେ ବୋଲି ସେ କହିଛନ୍ତି. ଇଣ୍ଡିଆନ ଆଇଡଲ୍ ସୋ’ ଚାଲିଥିବା ବେଳେ ହଠାତ୍ ନେହାଙ୍କୁ ସରପ୍ରାଇଜ୍ ଦେବା ପାଇଁ ସୋ’ରେ ପହଞ୍ଚିଥିଲେ ହିମାଶଂ. ଆଉ ତା ପରେ ଚକିତ ହୋଇଯାଇଥିଲେ ନେହା. ଭାବ ବିହୋଳ ହୋଇ ଷ୍ଟେଜ୍ ଉପରକୁ ଚାଲିଆସିଥିଲେ ନେହା ଓ ପରେ ଖୁବ୍ ରୋମାଣ୍ଟିକ୍ ହୋଇଥିଲା ମାହୋଲ୍. ଦୁହେଁ ‘ଓ ହମ୍ ସଫର୍’ ଗୀତରେ କିଛି ସମୟ ପାଇଁ ଦର୍ଶକଙ୍କୁ ବାନ୍ଧି ରଖିଥିଲେ. ଏହି ଦୁହିଁଙ୍କ ପରଫରମାନ୍ସ ବେଳେ ଯେମିତି କାହା ନଜର ହଟୁନଥିଲା. ତେବେ ଶେଷରେ ନେହା ନିଜେ ନିଜ ସୋ’ରେ କହିଛନ୍ତି, ଯଦି ମୁଁ ବିବାହ କଥା ଭାବିବି ତାହାଲେ ମୋ ମନରେ ପ୍ରଥମେ ହିମାଶଂ ହିଁ ଆସିବେ. ନେହାଙ୍କ ଏହି କଥାରୁ ଜଣାପଡିଛି ଯେ, ହିମାଶଂ ଓ ନେହା ଦୁହେଁ ସିରିୟସ୍ ରିଲେସନସିପ୍ ରେ ଅଛନ୍ତି ଏବଂ ଖୁବ୍ ଶୀଘ୍ର ଏମାନେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି.

LEAVE A REPLY

Please enter your comment!
Please enter your name here