ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ।କେନ୍ଦୁଝର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଳବ କେଶରୀ ସାମନ୍ତରାୟ ଜିଲ୍ଲାର ବିଭିନ୍ନ ଏନଜିଓ ଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇ ଆସୁଥିଲା । ଆଉ ଲାଞ୍ଚ ନେବା ପରେ ସେ ବିଲ୍ କ୍ଲିଅର୍ କରୁଥିଲେ । ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ଏନଜିଓକୁ ମିଳୁଥିବା ସହାୟତା ପାଇଁ ଅର୍ଥ ଦାବି କରୁଥିଲେ । ସ୍ଵେଚ୍ଛାସେବୀ ସଂଗଠନ ଠାରୁ ଫୋନ୍ପେ’ରେ ଲାଞ୍ଚ ନେଇ ଧରାପଡ଼ିଲେ କେନ୍ଦୁଝର ଜିଲ୍ଲାର ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଳବ କେଶରୀ ସାମନ୍ତରାୟ । ବିପ୍ଳବ କେଶରୀ ସାମନ୍ତରାୟ ଏକ ଏନଜିଓକୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଟଙ୍କା ମାଗିଥିଲେ । ଫୋନ୍ପେରେ ୨୦ ହଜାର ଲାଞ୍ଚ ନେବା ପରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଳବ କେଶରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।ବିପ୍ଳବ କେଶରୀ ସାମନ୍ତରାୟ ଫୋନ୍ପେ ଆକାଉଣ୍ଟ ମାଧ୍ୟମରେ ବିଭିନ୍ନ ଏନଜିଓ ଏବଂ ବ୍ୟକ୍ତିବିଶେଷଙ୍କ ଠାରୁ ଲାଞ୍ଚ ନେଉଥିଲେ । ବିପ୍ଳବ କେଶରୀ ସାମନ୍ତରାୟଙ୍କ ୩ଟି ସ୍ଥାନରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଚଢ଼ାଉ କରିଛି ଭିଜିଲାନ୍ସ । ରେଡ୍ ବେଳେ ଭୁବନେଶ୍ଵର ଓ ଆଖପାଖରେ ବିପ୍ଳବଙ୍କ ୧୦ଟି ପ୍ଲଟ୍ ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ବିପ୍ଳବଙ୍କ ପାଖରେ ଥିବା ଅନ୍ୟ ସମ୍ପତ୍ତିର ଖୋଳତାଡ଼ କରୁଛି ଭିଜିଲାନ୍ସ ।













