ଦିଲ୍ଲୀର ଲାଲକିଲ୍ଲାରେ ଘଟିଥିବା ବିସ୍ପୋରଣ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସହ ଆଜି ତାଙ୍କ ବାସଭବନରେ ଏକ ବଡ଼ ବୈଠକ ଡାକିଛନ୍ତି। ଗୃହ ସଚିବ ଗୋବିନ୍ଦ ମୋହନ, ଇଣ୍ଟେଲିଜେନ୍ସ ବ୍ୟୁରୋ ମୁଖ୍ୟ ତପନ ଡେକା, ଜାତୀୟ ତଦନ୍ତ ସଂସ୍ଥା ମହାନିର୍ଦ୍ଦେଶକ ସଦାନନ୍ଦ ବସନ୍ତ ବାତେ ଏବଂ ଦିଲ୍ଲୀ ପୋଲିସ କମିଶନର ସତୀଶ ଗୋଲଚା ବୈଠକରେ ଯୋଗଦେବାକୁ ପହଞ୍ଚିଛନ୍ତି। ଜମ୍‌ମୁ କାଶ୍ମୀର ଡିଜିପି ନଲିନ ପ୍ରଭାତ ମଧ୍ଯ ବୈଠକରେ ଯୋଗଦେବେ।ସୋମବାର ସନ୍ଧ୍ୟାରେ ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେଶନ ନିକଟରେ ହୋଇଥିବା ବିସ୍ଫୋରଣ ଦିଲ୍ଲୀକୁ ଥରାଇ ଦେଇଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ବିସ୍ଫୋରଣରେ ଏକ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍ ବ୍ୟବହାର କରାଯାଇଥିଲା, ଯାହା ଲାଲକିଲ୍ଲା ନିକଟରେ ଧୀରେ ଧୀରେ ଗତି କରିବା ସମୟରେ କାରରେ ଫାଟି ଯାଇଥିଲା। କାଶ୍ମୀର ଗେଟ୍, ଦରିଆଗଞ୍ଜ, ସୁନେହରୀ ମସଜିଦ୍ ଏବଂ ଲାଲକିଲ୍ଲା ଅଞ୍ଚଳରୁ ୫୦ ରୁ ଅଧିକ ସିସିଟିଭି ଫୁଟେଜ୍ ସଂଗ୍ରହ କରାଯାଇଛି ଏବଂ ଗାଡିର ପଥକୁ ଟ୍ରାକ୍ କରାଯାଇଛି, ଯାହା ଅପରାହ୍ନରୁ ଉତ୍ତର ଦିଲ୍ଲୀରେ ବୁଲୁଥିବା ଦେଖାଯାଇଥିଲା। ଏବେ ତଦନ୍ତ କରାଜାଉଛି ଯେ ଏହି ବିସ୍ଫୋରଣ ଦିଲ୍ଲୀକୁ ଟାର୍ଗେଟ କରି ଏକ ବଡ଼ ଆତଙ୍କବାଦୀ ଯୋଜନାର ଅଂଶ କି ନାହିଁ।

LEAVE A REPLY

Please enter your comment!
Please enter your name here