ଲକିଲ୍ଲାରେ ହୋଇଥିବା ବୋମା ବିସ୍ଫୋରଣ ସମ୍ପର୍କରେ ନୂତନ ଖୁଲାସା ହେଇଛି । ତେବେ ଆକ୍ରମଣର ପାଇଁ ପବିତ୍ର ଦୀପାବଳିକୁ ଧାର୍ଯ୍ୟ କରାଯାଇଥିଲା । ଫରିଦାବାଦ ମଡ୍ୟୁଲର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ଆକ୍ରମଣର ମୁଖ୍ୟ ସନ୍ଦିଗ୍ଧ ମୁଜାମ୍ମିଲ୍ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ କହିଛି । ତଦନ୍ତକାରୀ ସଂସ୍ଥା ଜେରା କରି ମୁଜାମ୍ମିଲ୍‌ ଠାରୁ ଗୋଟିଏ ପରେ ଗୋଟିଏ ସତ ଓଗାଳିବାକୁ ଚେଷ୍ଟା କରୁଛି । ଏହି ସମୟରେ ମୁଜାମ୍ମିଲ୍‌ ଷଡ଼ଯନ୍ତ୍ର ବିଷୟରେ ଅନେକ ତଥ୍ୟ ପ୍ରକାଶ କରିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ମୁଜାମ୍ମିଲ୍‌ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଏବଂ ଦୀପାବଳିରେ ଦେଶରେ ବଡ଼ ଆତଙ୍କବାଦୀ ହମଲା କରିବାକୁ ପ୍ରସ୍ତୁତ ହେଉଥିଲା । ଆସନ୍ତା ବର୍ଷ ଜାନୁଆରୀ ୨୬ ତାରିଖରେ ଏକ ବଡ଼ ବୋମା ବିସ୍ଫୋରଣ ଯୋଜନା କରିଥିଲା। ମୁଜାମ୍ମିଲ୍‌ ତାର ସମସ୍ତ ସହଯୋଗୀଙ୍କ ସହିତ ଜାନୁଆରୀ ୨୬, ୨୦୨୬ରେ ଲାଲକିଲ୍ଲା ସମେତ ଦିଲ୍ଲୀର ଅନେକ ସ୍ଥାନରେ ବିସ୍ଫୋରଣ କରିବାକୁ ପ୍ରସ୍ତୁତ ହେଉଥିଲା।ଏହା ପୂର୍ବରୁ ସେ ଦୀପାବଳିରେ ମଧ୍ୟ ବିସ୍ପୋରଣ ପାଇଁ ଷଡ଼ଯନ୍ତ୍ର ହୋଇଥିଲା । ମୁଜାମ୍ମିଲ୍‌ ଜେରାବେଳେ କହିଛି ଯେ ଦୀପାବଳି ସମୟରେ ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବିସ୍ଫୋରଣ କରିବାକୁ ଯାଉଥିଲେ, କିନ୍ତୁ ପରେ ସେ ଆକ୍ରମଣକୁ ସ୍ଥଗିତ ରଖି ଦୀପାବଳି ବଦଳରେ ଜାନୁଆରୀ ୨୬ ତାରିଖରେ ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ ।ସେପଟେ ଦିଲ୍ଲୀ ବିସ୍ଫୋରଣରେ ଏନଆଇଏ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here