ଯୁଦ୍ଧ ପୂର୍ବରୁ ପଳାୟନ କଲେ ରାଷ୍ଟ୍ରପତି ଆସ୍ରାଫ ଘନି । ରବିବାର ଦିନ ତାଲିବାନ କାବୁଲରେ ପହଞ୍ଚିବା ପରେ ରାଷ୍ଟ୍ରପତି ଘନି ପରିବାର ସହ ପଳାୟନ କରିଛନ୍ତି । ରାଷ୍ଟ୍ରପତି ଘନିଙ୍କ ପଳାୟନ ସହ ଆଫଗାନିସ୍ଥାନରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତିର ଶେଷ ଘଟିଛି । ରାଷ୍ଟ୍ରପତି ଭବନରେ ତାଲିବାନ ସେନା ନିଜ ସ୍ଥିତି ଜାହିର କରିଛି । ସେହିପରି ଆଫଗାନିସ୍ଥାନ ସରକାରଙ୍କ ସୈନ୍ୟ ଆଉଟପୋଷ୍ଟ ଖାଲି କରି ପଳାୟନ କରିବା ପରେ ତାଲିବାନ ସେନା ଆଉଟପୋଷ୍ଟ ଦଖଲକୁ ନେଇଛନ୍ତି । ଯୁଦ୍ଧ ପରିସ୍ଥିତିର ଅନ୍ତଃ ଘଟିଥିଲେ ମଧ୍ୟ କାବୁଲ ସହରରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ନିଜ ଦେଶକୁ ଫେରିବା ପାଇଁ ବିମାନ ବନ୍ଦରରେ ବିଦେଶୀ ନାଗରିକଙ୍କ ଭିଡ ଲାଗି ରହିଛି । ଏପରିକି ନିଜ ସୈନ୍ୟ ଓ ଦୂତାବାସ କର୍ମଚାରୀଙ୍କୁ ନେବା ପାଇଁ ଆସିଥିବା ଆମେରିକା ବିମାନରେ ଲୋକେ ପ୍ରବେଶ କରିବା ପାଇଁ ଉଦ୍ୟମ କରିଛନ୍ତି । ଫଳରେ ଲୋକଙ୍କୁ ଘଉଡାଇବା ପାଇଁ ଆମେରିକୀୟ ସୈନ୍ୟଙ୍କୁ ବ୍ଲାଙ୍କ ଫାୟାରିଂ କରିବାକୁ ପଡିଥିଲା । ବିମାନ ବନ୍ଦରରେ ବିଦେଶୀ ନାଗରିକଙ୍କ ଅସମ୍ଭବ ଭିଡର ଚିତ୍ର ସମସ୍ତଙ୍କୁ ଚକିତ କରିଛି ।

LEAVE A REPLY

Please enter your comment!
Please enter your name here