ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ପୁରୀ ଜିଲ୍ଲା ଅଧିନ ନିମାପଡା ଥାନା ଅଞ୍ଚଳରେ ଏଭଳି ଏକ ଲଜ୍ଜା ଜନକ ଘଟଣା ଘଟିଯାଇଛି । ଗତ ୧୨ ତାରିଖ ରାତି ୧୧ଟାରେ ମହିଳା ଜଣଙ୍କ ଶୌଚ ହେବା ପାଇଁ ସ୍ୱାମୀଙ୍କ ସହ ନିକଟସ୍ଥ କୁଶଭଦ୍ରା ନଦୀକୁ ଯାଇଥିଲେ । ସ୍ୱାମୀ ଆଗରେ ଘରକୁ ଚାଲି ଆସିଥିଲେ । ପରେ ନଦୀ ପାଖରେ ଥିବା ୪ ଜଣ ଯୁବକ ତାଙ୍କ ପାଟିରେ ଗାମୁଛା ଦେଇ ଟାଣି ନେଇଯାଇଥିଲେ । ଏବଂ ସେଠାରେ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ମହିଳା ଜଣଙ୍କ ଘରକୁ ଆସିବାରେ ବିଳମ୍ବ କରିବାରୁ ସ୍ୱାମୀ ନଦୀ ପାଖକୁ ଯିବାରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ସେହି ସମୟରେ ମହିଳାଙ୍କ ସ୍ୱାମୀ ଅଭିଯୁକ୍ତଙ୍କୁ ଚିହ୍ନି ପାରିଥିବା ନିମାପଡା ଥାନାରେ ଅଭିଯୋଗ ହୋଇଥିଲା । ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ୪ ଜଣ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଅନ୍ୟପଟେ ମହିଳା ଜଣଙ୍କ ଗୁରୁତର ଥିବାରୁ ନିମାପଡା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପୁରୀ ଜିଲ୍ଲାର ଅତିରିକ୍ତ ଏସପି ପିଡୀତାଙ୍କୁ ଭେଟିଛନ୍ତି ।

LEAVE A REPLY

Please enter your comment!
Please enter your name here