ଦିଲ୍ଲୀ କାର୍ ବିସ୍ଫୋରଣ ପରେ ଏବେ ତଦନ୍ତକାରୀ ସଂସ୍ଥା ପ୍ରତି ଦିଗକୁ ଯାଞ୍ଚ କରୁଛନ୍ତି । ଏହା ମଧ୍ୟରେ ଆଉ ଏକ ସମସ୍ୟା ବଢ଼ିଛି , ବିସ୍ଫୋରଣରେ ବ୍ୟବହୃତ ହୁଣ୍ଡାଇର ଧଳା ରଙ୍ଗର ଆଇ-୨୦ କାର୍ ପରେ ଏବେ ଆଉ ଏକ କାର୍ ସନ୍ଦେହ ଘେରକୁ ଆସିଛି । ଆଇ-୨୦ ସହିତ ଏକ ନାଲି ରଙ୍ଗର ଫୋର୍ଡ ଇକୋ ସ୍ପୋର୍ଟ କାର ଠାବ କରାଯାଇଛି । ୨୦୧୭ ନଭେମ୍ବର ୨୨ରେ ରଜୌରୀ ଗାର୍ଡେନ ଆରଟିଓରେ ଉମର୍ ଉନ ନବୀ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ସେହି କାର ପଞ୍ଜିକରଣ ହୋଇଛି । ଦିଲ୍ଲୀ ପୋଲିସ ସେହି କାରକୁ ନେଇ ତଲାସି କରୁଛନ୍ତି । ଏଥିପାଇଁ 5ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ଏବଂ ସମସ୍ତ ଚେକପୋଷ୍ଟକୁ ମଧ୍ୟ ସଜାଗ କରାଯାଇଛି । ଉତ୍ତର ପ୍ରଦେଶ ଏବଂ ହରିୟାଣା ପୋଲିସକୁ ମଧ୍ୟ ସୂଚିତ କରାଇଦିଆଯାଇଛି । ନିକଟସ୍ଥ ସମସ୍ତ ଟୋଲ୍ ଗେଟ୍ ଗୁଡ଼ିକରେ ଯାଞ୍ଚକୁ କଡ଼ା କରି ଦିଆଯାଇଛି। ଉମର୍ ଏହି କାରକୁ କିଣିବାକୁ ଜାଲ୍ ପ୍ରମାଣ ପତ୍ର ଦେଇଛି । ଉତ୍ତର ପୂର୍ବ ଦିଲ୍ଲୀର ଏକ ଘରର ଠିକଣା ଦେଇଛି । ଦିଲ୍ଲୀ ପୋଲିସ ସେଠାରେ ମଧ୍ୟ ଚଢ଼ଉ କରିଛି । ଦିଲ୍ଲୀ ବିସ୍ଫୋରଣ ଘଟଣାକୁ ନଜରରେ ରଖି ଦିଲ୍ଲୀ ପୋଲିସ ଫରିଦାବାଦର ଜଣେ କାର୍ ଡିଲରକୁ ଅଟକ ରଖିଛି।

LEAVE A REPLY

Please enter your comment!
Please enter your name here