ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କ ମାଆ ସନ୍ଧ୍ୟାରାଣୀ ଦାସଙ୍କୁ ଟିକଟ ଦେଲା ବିଜେଡି । କୋରେଇ ବିଧାନସଭା ଆସନରୁ ସେ ପ୍ରାର୍ଥୀ ହେବେ । ପୂର୍ବରୁ ଦଳ 144ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ଆଜି ବାକି ତିନୋଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । କୋରେଇ ଆସନରୁ ସନ୍ଧ୍ୟାରାଣୀ ଦାସ, ଖଣ୍ଡପଡା ଆସନରୁ ସାବିତ୍ରୀ ପ୍ରଧାନ ଏବଂ ନୀଳଗିରି ଆସନରେ ସୁକାନ୍ତ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି । ସୁକାନ୍ତ 2014ରେ ବିଜେଡି ଟିକଟରେ, 2019ରେ ବିଜେପି ଟିକଟରେ ନିର୍ବାଚନ ଲଢି ବିଧାୟକ ହୋଇଥିବା ବେଳେ ଏଥର ବିଜେପି ଛାଡି ପୁଣି ବିଜେଡି ଟିକଟରେ ନିର୍ବାଚନ ଲଢିବାକୁ ଯାଉଛନ୍ତି ।
ଖଣ୍ଡପଡା ବିଧାନସଭା ଆସନରେ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଟିକଟ ପାଇବାକୁ ଆଶାୟୀ ଥିବା ବେଳେ ଦଳ ସାବିତ୍ରୀଙ୍କୁ ପ୍ରାର୍ଥୀ କରିଛି । ତେବେ ଦଳ ତାଙ୍କୁ ନିରାଶ କରିଥିବାରୁ ସେ ଦଳରୁ ଇସ୍ତଫା ଦେଇଛନ୍ତି । ସେହିପରି ଦେବଗଡ ବିଧାନସଭା ଆସନରେ ଦଳ ପ୍ରାର୍ଥୀ ବଦଳାଇଛି । ପୂର୍ବରୁ ଦଳ ଅରୁନ୍ଧତୀ ଦେବୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ଶେଷ ମୁହୂର୍ତ୍ତରେ ତାଙ୍କୁ ବଦଳାଇ ରୋମାଞ୍ଚ ରଂଜନ ବିଶ୍ବାଳଙ୍କୁ ପ୍ରାର୍ଥୀ କରିଛି ।

LEAVE A REPLY

Please enter your comment!
Please enter your name here