ନୂଆପଡ଼ାରେ ଜାରି ରହିଛି ଭୋଟ ଗଣତି । ୧୭ ତମ ଗଣତି ସୁଦ୍ଧା ୮୩,୫୭୨ ଭୋଟରେ ଆଗୁଆ ରହିଛି ବିଜେପି । ବିଜେଡି ଆଉ କଂଗ୍ରେସ ୩୦ହଜାର ଭୋଟ ଏଯାଏ ଛୁଇଁ ପାରି ନାହାନ୍ତି। ବିଜେଡି ୨୬,୨୦୩ ଖଣ୍ଡ ଭୋଟ ପାଇଥିବାବେଳେ କଂଗ୍ରେସ ୨୬,୭୫୩ ଖଣ୍ଡ ଭୋଟ ପାଇଛି।ନୂଆପଡ଼ାରେ ବିଜେପିର ଦମ୍ଦାର ପ୍ରଦର୍ଶନ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । କହିଲେ ବାପାଙ୍କ ଉପରେ ଯେତିକି ବିଶ୍ୱାସ ଥିଲା ତାଠାରୁ ଅଧିକ ବିଶ୍ୱାସ ମୋ ଉପରେ ଥିବାରୁ ଜନସାଧାରଣଙ୍କୁ ଧନ୍ୟବାଦ । ଜୟ ଢ଼ୋଲକିଆ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ଠାରୁ ୫୬୮୧୯ ଖଣ୍ଡ ଭୋଟ ଆଗରେ ଅଛନ୍ତି। ହେଲେ ବି ଜୟ ଢୋଲକିଆଙ୍କୁ ହରେଇବା ଅସମ୍ଭବ।














