ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଛନ୍ତି । ବୈଠକରେ ୯ ଟି ବିଭାଗର ୧୨ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି । ସେହିପରି ରାଜ୍ୟରେ ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗର ଗଠନ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି , କ୍ୟାବିନେଟ ଗୃହ ବିଭାଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଅର୍ଥ ବିଭାଗ, ଏସସି ଏବଂ ଏସଟି ବିଭାଗ, ଷ୍ଟିଲ ବିଭାଗ, ଆଇଟି ବିଭାଗ, ସାଧାରଣ ପ୍ରଶାସନ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସେଥିରୁ ଗୋଟିଏ ପ୍ରସ୍ତାବ ସପ୍ତଦଶ ବିଧାନସଭାର ଆଗାମୀ ୫ମ ଅଧିବେଶନ ଅନୁଷ୍ଠିତ ହେବା ସମ୍ପର୍କିତ ରହିଛି । ଇସ୍ପାତ ଓ ଖଣି ବିଭାଗର ୨ଟି ପ୍ରସ୍ତାବ ଉପରେ ମୋହର। ଅର୍ଥ, ଆଇଟି ସମେତ ବିଭିନ୍ନ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। SC/ST ଛାତ୍ରଛାତ୍ରୀଙ୍କ ମେଧାବୃତ୍ତି ବୃଦ୍ଧିକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି। ଓଡ଼ିଶାରେ ପ୍ରତିଷ୍ଠା ହେବ ୫ଟି ଗ୍ଲୋବାଲ କାପାବିଲିଟି ସେଣ୍ଟର । ଜଳ ପ୍ରଦୂଷଣ ନିୟମରେ ସଂଶୋଧନ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ରଛାତ୍ରୀ ବୃତ୍ତି ବୃଦ୍ଧି ହେବ।ରାଜ୍ୟରେ ବାଲି ଓ ପଥର ଖାଦନ ପାଇଁ ନିଲାମ ହେବ ନାହିଁ। ଏଣିକି ଇ-ଲଟେରୀ ମାଧ୍ୟରେ ଲିଜ୍ ପ୍ରଦାନ କରାଯିବ। ଓଡ଼ିଶାରେ ୟୁନିଫର୍ମ ସେବାରେ ନିଯୁକ୍ତି ପରୀକ୍ଷା ପାଇଁ ଗୋଟିଏ ଆୟୋଗ ରହିବ।ପୋଲିସ, ଅବକାରୀ ଏବଂ ଜଙ୍ଗଲ ବିଭାଗର ୟୁନିଫର୍ମ ସେବାରେ ନିଯୁକ୍ତି ପାଇଁ ଏହି ଆୟୋଗ ପରୀକ୍ଷା ପରିଚାଳନା କରିବ। ଆୟୋଗରେ ଜଣେ ଅଧ୍ଯକ୍ଷ ସହିତ ଦୁଇଜଣ ସଦସ୍ୟ ନିଯୁକ୍ତ ହେବେ ।














