ପୂର୍ବତନ ହଣ୍ଡୁରାସ ରାଷ୍ଟ୍ରପତି ଜୁଆନ ଅର୍ଲାଣ୍ଡୋ ହର୍ନାଣ୍ଡେଜଙ୍କୁ କ୍ଷମା ପ୍ରଦାନ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ ଡ୍ରଗ୍ସ ଚାଲାଣ ଅଭିଯୋଗରେ ସଜା କାଟୁଛନ୍ତି ଏବଂ ନ୍ୟୁୟର୍କର ଏକ ଫେଡେରାଲ୍ ଜେଲରେ ବନ୍ଦୀ ଅଛନ୍ତି। ପୂର୍ବତନ ହଣ୍ଡୁରାନ୍ ରାଷ୍ଟ୍ରପତି ଜୁଆନ ଅର୍ଲାଣ୍ଡୋ ହର୍ନାଣ୍ଡେଜଙ୍କୁ ଆମେରିକାର ଏକ କୋର୍ଟ ଡ୍ରଗ୍ସ ଚାଲାଣ ପାଇଁ ଦୋଷୀ ସାବ୍ୟସ୍ତ କରି ୪୫ ବର୍ଷ ଜେଲଦଣ୍ଡ ଏବଂ ୮ ନିୟୁତ ଡଲାର ଜରିମାନା ଦେଇଛନ୍ତି ।ଟ୍ରମ୍ପ୍ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ମୁଁ ଗଭୀର ଭାବରେ ସମ୍ମାନ କରୁଥିବା ଲୋକଙ୍କ ଅନୁସାରେ, ହଣ୍ଡୁରାନ୍ଙ୍କ ସହ ବହୁତ କଠୋର ଏବଂ ଅନ୍ୟାୟ ବ୍ୟବହାର କରାଯାଇଛି। ଟ୍ରମ୍ପ କହିଛନ୍ତି, ସେ ପୂର୍ବତନ ରାଷ୍ଟ୍ରପତି ଜୁଆନଙ୍କୁ କ୍ଷମା ଦେବେ, ଯିଏ ଗତ ବର୍ଷ ଆମେରିକାର ଏକ କୋର୍ଟ ଦ୍ୱାରା ଡ୍ରଗ୍ସ ଚାଲାଣ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ୪୫ ବର୍ଷ ଜେଲଦଣ୍ଡରେ ଦଣ୍ଡିତ ହୋଇଥିଲେ।ସୁଚନା ଅନୁଯାୟୀ ଜୁଆନ ଅର୍ଲାଣ୍ଡୋ ହର୍ନାଣ୍ଡେଜ୍ ୨୦୧୪ରୁ ୨୦୨୨ ପର୍ଯ୍ୟନ୍ତ ଆମେରିକୀୟ ରାଷ୍ଟ୍ରର ନେତୃତ୍ୱ ନେଇଥିଲେ। ଆମେରିକାର ପବ୍ଲିକ ପ୍ରସିକ୍ୟୁଟରମାନେ ତାଙ୍କୁ ପ୍ରାୟ ୪୦୦ ଟନ୍ କୋକେନ୍ ଆମଦାନୀକୁ ସହଜ କରିବା ପାଇଁ ଅଭିଯୋଗ କରିଥିଲେ, ଏଥିପାଇଁ ଲକ୍ଷ ଲକ୍ଷ ଡଲାର ଲାଞ୍ଚ ପାଇଥିଲେ। ସେ ତାଙ୍କର କ୍ଷମତାକୁ ସୁଦୃଢ଼ କରିବା ପାଇଁ ଏହି ଲାଞ୍ଚ ବ୍ୟବହାର କରିଥିଲେ।ଆମେରିକାର ନ୍ୟାୟ ବିଭାଗ ତାଙ୍କ ବିରୁଦ୍ଧରେ ମାଦକ ଦ୍ରବ୍ୟ ଚାଲାଣ ଏବଂ ଅସ୍ତ୍ର ବ୍ୟବସାୟ ସମ୍ବନ୍ଧୀୟ ମୋଟ ତିନୋଟି ଅଭିଯୋଗ କରିବା ପରେ, ହଣ୍ଡୁରାସରୁ ତାଙ୍କୁ ପ୍ରତ୍ୟର୍ପଣ କରାଯାଇଥିଲା। ୨୦୨୪ରେ ତାଙ୍କୁ ଆଜୀବନ କାରାଦଣ୍ଡ ଘୋଷଣା କରାଯାଇଥିଲା।














