ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ସିବିଆଇ ତଦନ୍ତ ଜାରି ରଖିଛି । ଏବେ ଆଉ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ସିବିଆଇ। ଏସଏସବି ଯବାନ ଅର୍ଜୁନ ନାୟକ ଓ ବିରଞ୍ଚିର ସହଯୋଗୀ ନିମାଇଁ ସାହୁକୁ ହେପାଜତକୁ ନେଇଛି ସିବିଆଇ। ଏହି ଦୁଇଜଣଙ୍କ ସହ ମାମଲାରେ ସମ୍ପୃକ୍ତ ଆଉ ଜଣକୁ ଅଟକ ରଖି ପଚରାଉଚରା କରାଯାଉଛି। ଅଭିଯୁକ୍ତ ବିରଞ୍ଚି ସହ ସାମ୍ନାସାମ୍ନି ଜେରା କରାଯାଉଛି। ଏସଆଇ କେଳେଙ୍କାରୀ ମାମଲାରେ ଆଉ ଏକ ନୂଆ ନାମ ସାମ୍ନାକୁ ଆସିଛି। ସୁଚନା ଅନୁଯାୟୀ ,ଧର୍ମେନ୍ଦ୍ର ମିଡିଲ ମ୍ୟାନ୍ ବୋଲି କହିଛି ଅଭିଯୁକ୍ତ ବିରଞ୍ଚି । ତେବେ ଧର୍ମେନ୍ଦ୍ର କିଏ? ଅଭିଯୁକ୍ତ ବିରଞ୍ଚି ନାରାୟଣ ନାୟକ ଜେରା ସମୟରେ ଖୋଲିଛି ଏହି ଗୁମର । ଧର୍ମେନ୍ଦ୍ର ହେଉଛି ମିଡିଲ୍ ମ୍ୟାନ୍ ଓ ଦିଘା ମଡ୍ୟୁଲ ପାଇଁ ପରୀକ୍ଷାର୍ଥୀଙ୍କ ଠାରୁ ଟଙ୍କା କାରବାରର ମାଧ୍ୟମ ସାଜିଥିଲା। ସିବିଆଇ ୩ ଜଣଙ୍କୁ ଅଟକ ରଖି ଗତକାଲି ଠାରୁ ପଚରା ଉଚରା ବେଳେ ବହୁତ ଗୁରୁତ୍ୟପୂର୍ଣ୍ଣ ତଥ୍ୟ ହାସଲ କରିଥିବା କୁହାଯାଉଛି।














